ଡାକ୍ତର ରନକ ଗାନ୍ଧୀ ଓ ଦେବଦାସିନୀ ସାହୁଙ୍କୁ ସମ୍ମାନିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗରରର ରାସ୍ତା କଡରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରସବ କରାଇବାରେ ସହଯୋଗ କରିଥିବା ଦୁଇ ଡାକ୍ତରଙ୍କୁ ସମ୍ମାନିତ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ପାତ୍ରପୁର ବ୍ଲକ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ମେଡିକାଲକୁ ଯିବା ପାଇଁ ଆସିଥିବା ବେଳେ କୋର୍ଟପେଟା ଛକ ଠାରେ ଗାଡ଼ିରୁ ଓଲ୍ଲାଇବା ପରେ ପ୍ରସବ ବେଦନା ଅନୁଭବ କରିଥିଲେ । ଏହାପରେ ତାଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ରାସ୍ତା କଡରେ ହିଁ ସେ ସନ୍ତାନ ଜନ୍ମ ଦେଇଥିଲେ । କିଛି ମହିଳା ଲୁଗା ଘୋଢାଇ ତାଙ୍କୁ ସହଯୋଗ କରିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ମେଡିକାଲର ଡାକ୍ତର ରନକ ଗାନ୍ଧୀ ଓ ଦେବଦାସିନୀ ସାହୁ ପ୍ରସବ କରାଇବାରେ ସହାୟତା କରିଥିଲେ । ଏହାପରେ ଆମ୍ବୁଲାନ୍ସ ଡ଼କାଇ ବଡମେଡିକାଲ ନେଇ ପ୍ରସୂତି ବିଭାଗରେ ଭର୍ତ୍ତି କରାଇଥିଲେ । ତେବେ କନ୍ୟା ସନ୍ତାନ ଓ ମା ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି । ସେପଟେ ଏହି ଅସମୟରେ ବାଗବାନଙ୍କ ଦ୍ଵିତୀୟ ରୂପ ଭାବେ ପରିଚିତ ଡାକ୍ତର ଦେବଦୁତ ରୂପେ ଦୁଇଜଣ ଆସି ମହିଳାଙ୍କ ପ୍ରସାବରେ ସହଯୋଗ କରିଥିବାରୁ ସବୁ ମହଲରେ ସେମାନଙ୍କୁ ପ୍ରଶଂସା କରାଯାଇଛି । ଏଥିପାଇଁ ମେଡିକାଲର ଅଧ୍ୟକ୍ଷ ପ୍ରଫେସର ରାଧା ମାଧବ ତ୍ରିପାଠୀ ଓ ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା ଦୁଇ ଡାକ୍ତରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା