ଡିଆରଡିଏ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବାଲି, ଇଟା, ପଥର ଏବଂ ବିଭିନ୍ନ ଖଣିଜ ସମ୍ପଦ ଉପରେ କଡା ନଜର ରଖି ନିୟମିତ ଚଢାଉ କରି ଜରିମାନା ଆଦାୟ, ଆରଆଇ କାର୍ଯ୍ୟାଳୟରେ ପଡି ରହିଥିବା ମ୍ୟୁଟେସନ କେସ୍ ଗୁଡିକୁ ତୁରନ୍ତ ଫଏସଲା କରି ଆବେଦନ କରିଥିବା ହିତାଧୀକାରୀମାନଙ୍କୁ ଯଥାଶୀଘ୍ର ପଟ୍ଟା ପ୍ରଦାନ କରିବା, ଅଧିକରୁ ଅଧିକ ରାଜସ୍ୱ ଆଦାୟ କରିବା, ବାକି ରହିଥିବା କ୍ଷତିଗ୍ରସ୍ତ ମାନଙ୍କୁ ତୁରନ୍ତ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ୮ଟି ତହସିଲର ୨୦୧ସୈରାତରୁ ୧୬ଟି ନିଲାମ ହୋଇନି ତାକୁ ତୁରନ୍ତ ନିଲାମ କରିବାକୁ କହିଛନ୍ତି । ହିତାଧିକାରୀଙ୍କ ପଟ୍ଟା ଡାକ ଯୋଗେ ପ୍ରଦାନ କରାଯିବ । ପଟ୍ଟା ସମ୍ବନ୍ଧୀୟ ବିଭିନ୍ନ ଡାଟା ଓଡିଆ ଭାଷାରେ ଉଲ୍ଲେଖ କରାଯାଇ ମୋ ପଟ୍ଟା ନାମକ ଏକ ପୁସ୍ତକ ଆସନ୍ତା ଜାନୁୟାରୀରେ ଛତ୍ରପୁରଠାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷକ ମେଳାରେ ବଣ୍ଟନ କରାଯିବା ବୋଲି ଆଲୋଚନା କାରଯାଇଛି । ବେଆଇନ ଚାଲାଣ ବେଳେ ବିଭିନ୍ନ ଯାନବାହାନ ଠାରୁ ୫୯ଲକ୍ଷ ୫୨ହଜାର ୧୯୨ ଟଙ୍କା ଆଦାୟ କରାଯିବା ସହ ୨୬୮ ଗାଡି ଜବତ କରାଯାଇଛି । ଚଳିତ ବର୍ଷର ଲକ୍ଷ୍ୟଧାର୍ଯ୍ୟର ଶତକଡା ୬୦ଭାଗ ରାଜସ୍ୱ ଆଦାୟ ହୋଇଛି ।ବସୁନ୍ଧରା ଯୋଜନାରେ ୮୦୬ ଟି ଘରଢିହ ସର୍ଭେ କରାଯାଇଛି । ଏହାର ତାଲିକା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ୮ଟି ତହସିଲର ୧୩୦ଏକର ସରକାରୀ ଜାଗା ଘେରା ବନ୍ଦୀ କରି ରଖାଯାଇଛି । ତହସିଲଦାରମାନେ ବିଭିନ୍ନ ଅଂଚଳରେ ହେଉଥିବା ବେଆଇନ ମାଦକ ଦ୍ରବ୍ୟ କାରବାର, ପଲିଥିନ୍, ପାଣି ପାଉଚ, ଓଜନ ଓ ମାପ ଠକେଇ ଉପରେ ନୀୟମିତ ବିଭାଗୀୟ ଅଧିକାରୀଙ୍କ ସହ ମିଶି ଚଢାଉ କରିବାକୁ କହିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଜୟ କୁମାର ଦାସ, ଜିଲ୍ଲା ରାଜସ୍ୱ ଅଧିକାରୀ ଡଃ.ଦିବ୍ୟ ଲୋଚନ ମହନ୍ତ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ ସମେତ ଉପଖଣ୍ଡ ସ୍ତରର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଆରଆଇମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା