

ଵ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳ ପକ୍ଷରୁ ଡିଜିଟାଲ ଡ୍ରାଇଭର ପ୍ରସ୍ତୁତି ବୈଠକ ଗଜପତି ନଗର ସ୍ଥିତ ବ୍ରହ୍ମପୁର ବିଧାୟକଙ୍କ ବାସଭବନ ନିକଟରେ ଅନୁଷ୍ଠିତହୋଇଯାଇଛି । ଵ୍ରହ୍ମପୁର ସହରର ୪୦ଟି ୱାର୍ଡରେ ବିଜେଡିର ୪୦ଜଣ ଆଇଟି କୋଡିନେଟର ଏହି ଆପ ବ୍ୟବହାର କରି ଲୋକଙ୍କୁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇବେ ଏବଂ ପ୍ରତି ୱାର୍ଡରୁ ୨୦ ଜଣଙ୍କୁ ଏଥିରେ ସାମିଲ କରିବେ । ଏଥିସହ ଏହି ଡିଜିଟାଲ ଡ୍ରାଇଭ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡ଼ି ରାଜ୍ୟ ସଂପାଦକ ସୁବାଷ ମହାରଣା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ଭଗବାନ ଗନ୍ତାୟତ, ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ରାଜ୍ୟ ସମ୍ପାଦକ ଟି. ଗୋପୀ, ପୂର୍ବତନ ବିଧାୟକ ଶିବ ସାହାଣୀ, ଆସ୍କା ଜୋନ ସଭାପତି ନଚିକେତା ସ୍ୱାଇଁ ମଞ୍ଚାସିନ ରହିଥିବା ବେଳେ ସମସ୍ତ ୱାର୍ଡର ସଭାପତି ଓ ଆଇଟି କୋର୍ଡିନେଟର ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଡିଜିଟାଲ ଡ୍ରାଇଭ୍ ରେ ସମସ୍ତ ବ୍ୟକ୍ତି ମେମ୍ବରସିପ୍ ହୋଇପାରିବେ ଓ ଦଳର ଯୁବ ଓ ଛାତ୍ରଙ୍କୁ ଡିଜିଟାଲରେ ସକ୍ରିୟ ରଖିବା ପାଇଁ ଏଭଳି ଉଦ୍ୟମ ଆରମ୍ଭ କରାଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମହାନଗର ବିଜେଡି ସଭାପତି ବିଜୟ ସାମଲ, ବନମାଳି ସେଠୀ, ମଦନ ଦଳେଇ, ଭାଗ୍ୟଶ୍ରୀ ମହାରଣା, ନେତାଜୀ ପାତ୍ର, ତୁମ୍ବନାଥ ପଣ୍ଡା, ସୋନାଲି ଗନ୍ତାୟତ, ପୂର୍ବତନ କର୍ପୋରେଟର୍ ଅନିଲ ନାୟକ, ଆର୍ ମୁରଲୀ ମୋହନ, ବି.ଶ୍ରୀନିବାସ, ମୁକୁନ୍ଦ ଗୌଡ଼, ଜୋନ୍ ସଭାପତି ଜ୍ୟୋତିରଞ୍ଜନ ସାହୁ, ତାପସ ସାହୁ, ତେଜ ସ୍ୱାମୀ, ଶୋଭନ୍ ନାୟକ, ଆଦିତ୍ୟ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ସୁଧାକର ସ୍ଵାମୀ, ରବୀନ୍ଦ୍ର କୁମାର ସାହୁ, ପ୍ରଭାତ ସାହୁ, ଦୁର୍ଗା ପଣ୍ଡା, କୈଳାଶ ବିଷୋୟୀ, ଉଦୟ ବେହେରା, କାଶୀ ରେଡ଼ି, ସସ୍ମିତା ସାହୁ, ଲଷ୍ମୀପ୍ରିୟା ପାଢ଼ୀ ସମେତ ବ୍ରହ୍ମପୁର ମହାନଗର ନିଗମର ସମସ୍ତ ୱାର୍ଡର କୋଡିନେଟର ଓ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
