



ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗୋପାଳପୁର ନିକଟସ୍ତ ଡୁରା ରାମନାରାୟଣ ମହାବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଓଡ଼ିଆ ସିନେତାରକା ଅଭିନେତ୍ରୀ ଶିତଲ, ହାସ୍ୟ ଅଭିନେତା ମଣି,ଶିକ୍ଷାବିତ କୁଳମଣି ଓଝାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟାପକ ଅଧ୍ୟାପିକା,ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଡମ୍ବର କରିଥିଲେ ।କଲେଜ ଅଧକ୍ଷ ଏଥିରେ ସଭାପତିତ୍ୱ କରି ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ଓ ସଂଯୋଜନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା