
ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଭୟାବହତା ଲାଗି ଚିକିତ୍ସା ଓ ସହାୟତା ଲାଗି ଆଜି ଜଳେଶ୍ୱର ଜୋନ୍ର ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼-୧୯ ରିଲିଫ ଫଣ୍ଡକୁ ୫୧ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅର୍ଥର ଚେକ୍କୁ ଆସୋସିଏସନ ପକ୍ଷରୁ କ୍ଷେତ୍ରମୋହନ ଗିରି, କରୁଣାକର ଭୂୟାଁ, ସମୀର ନନ୍ଦି, ହରିଶଙ୍କର ରାଜ, ରତନ କୁମାର ସେନ୍, ଯଜେ୍ଞଶ୍ୱର ପାତ୍ର, ବିଷ୍ଣୁପଦ ମହାନ୍ତି, ଅନିଲ ପରିଡା, ସେକ୍ ଅକ୍ତାର ଅଲ୍ଲି ପ୍ରମୁଖ ମୁି୍ୟନିସିପାଲଟିର କାର୍ଯ୍ୟନିର୍ବାହି ଅ÷ଧିକାରୀ ଅଜୟ କୁମାର ମହାପାତ୍ରକୁ ହସ୍ତାନ୍ତର କରିଛନ୍ତି । ସାମ୍ପ୍ରତିକ ସମାଜରେ କରୋନରେ ଆକ୍ରାନ୍ତକାରୀଙ୍କୁ ସହାୟତା, ଚିକିତ୍ସା ଓ ବିଭିନ୍ନ ପରୀକ୍ଷା ନିରିକ୍ଷା ପାଇଁ ଏହି ଅର୍ଥ ବିନିଯୋଗ କରାଯିବା ସଂପର୍କରେ ଆସୋସିଏସନ ପକ୍ଷରୁ ଆଜି ଏଠାରେ କୁହାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା