
ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ଏନଏସିର ୧୨ ଓ ୧୩ ନମ୍ବର ୱାର୍ଡରେ ଉପୁଜିଥିବା ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ ଅଞ୍ଚଳଗୁଡିକ ପରିଦର୍ଶନ କରି ଦେଖିଛନ୍ତି । ଏହାସହ ସମସ୍ତ ସମସ୍ୟାର ସମାଧାନ କିପରି ହୋଇପାରିବ ସେ ନେଇ ଅଞ୍ଚଳବାସିଙ୍କ ସହ ଆଲୋଚନା କରିଛନ୍ତି । ୧୨ ଓ ୧୩ ନମ୍ବର ୱାର୍ଡରେ ଥିବା ଡ୍ରେନେଜ ଗୁଡିକର ଜଳ ନିଷ୍କାସନ ନ ହୋଇପାରୁଥିବାରୁ ଏହାର ପୁନଃରୁଦ୍ଧାର କରିବା ସହ ଦୁଇଟି ନାଳକୁ ମିଶାଇ ଗୋଟିଏ ନାଳ କରିବାକୁ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀଙ୍କ ଅଧିକାରୀଙ୍କ ସହ ଏନଏସିର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ, ପୂର୍ବତନ କାଉନସିଲର ରାଜେଶ ସାହୁ, ପପୁନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା