

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀରେ ବେଆଇନ୍ ଡ୍ୟାନ୍ସ୍ ବାର ଉପରେ ପୋଲିସର ଚଢଉ । କଟକ ରୋଡରେ ୧୧ଟି ବାରରେ ରେଡ୍ । ଗତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୧୧ଟି ବାର୍ ଉପରେ ପୋଲିସ ଚଢ଼ଉ କରିଥିଲା । ସେଥିରେ ୯୬ରୁ ଅଧିକ ବାର୍ ଡ୍ୟାନସରଙ୍କୁ ଅଟକ ରଖିଥିଲା । ରାଜ୍ୟ ବାହାରୁ ବାର୍ ଡ୍ୟାନସରମାନଙ୍କୁ ଆଣି ବିଳମ୍ବିତ ରାତି ପର୍ୟ୍ୟନ୍ତ ବାର୍ ଖୋଲି ଚଳାଇଥିଲେ ବେଆଇନ୍ କାରବାର । କେବଳ ଏତିକି ନୁହେଁ, ଡ୍ୟାନ୍ସ ବାର୍ ଭିତରେ ଅଶ୍ଳୀଳତା ସବୁ ସୀମା ଟପି ଯାଇଥିବା ଦେଖିବାକୁ ମିଳିଥିଲା । ଝିଅମାନଙ୍କୁ ବାରରେ ମଦ ପରିବେଷଣ ଲାଗି ଅନୁମତି ନଥିବା ସତ୍ତ୍ୱେ, ବାର୍ ଡ୍ୟାନସରଙ୍କୁ ଏଥିରେ ନିୟୋଜିତ କରାଯାଉଥିଲା । ଗଲା ରାତିରେ ଛାପା ମାରିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ଭୁବନେଶ୍ବର କଟକ ରୋଡ୍ରେ ଥିବା ୧୧ଟି ଡ୍ୟାନ୍ସ୍ ବାର୍ ଉପରେ ପୋଲିସ ରେଡ୍ କରିଛି । ଯେଉଁଠାରୁ ୯୬ଜଣ ଅଣ ଓଡ଼ିଆ ବାର୍ ଡ୍ୟାନ୍ସରଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପୋଲିସ କେବଳ ଝିଅ ମାନଙ୍କ ନାଁ ଗାଁ ଠିକଣା ରଖି ପୁଣି ବାର୍ ମ୍ୟାନେଜରଙ୍କ ଜିମାରେ ଛାଡ଼ିଦେଇଥିଲା ସେଇ ବାର୍ ଡ୍ୟାନ୍ସର ମାନଙ୍କୁ ।
ରିପୋର୍ଟ : ଆକାଶ ମିଶ୍ର
