ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌରାଞ୍ଚଳର ୨ନଂ ୱାର୍ଡରେ ଅବସ୍ଥିତ ଡ. ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟର ପ୍ରଥମ ସଭାପତି ତଥା ସମଜାସେବୀ ପ୍ରଶାନ୍ତ ମିଶ୍ର ଉଦଘାଟନ କରିଥିଲେ। କ୍ରୀଡା ହିଁ ଦେହ ଓ ମନକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ବୋଲି ପ୍ରଶାନ୍ତ ମିଶ୍ର ନିଜର ଉଦବୋଧନରେ କହିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନେ କ୍ରୀଡା ପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ମତ ଦେଇଥିଲେ । ଏହାପରେ ପ୍ରଧାନ ଶିକ୍ଷକ ଶ୍ରୀମତୀ ଅଞ୍ଜନା ମିଶ୍ର କ୍ରୀଡାର ମହତ୍ତ୍ୱ ଓ ବର୍ତ୍ତମାନ ଚାଲିଥିବା ବିଶ୍ୱ ହକି ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ । ଶେଷରେ ଖେଳ ଶିକ୍ଷକ ରସାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ପିଲାମାନଙ୍କୁ ଢେଙ୍କାନାଳ ସ୍ୱୟଂଅରିତ କଲେଜର ଖେଳ ପଡିଆକୁ ନେଇଥିଲେ। ବିଭିନ୍ନ ଖେଳ ଯଥା ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ସଟ ପୁଟ, ଲମ୍ବା ଦୌଡ ସହ ବିଭିନ୍ନ ଖେଳ ଅନୁଷ୍ଠିରେ ହୋଇଥିଲା । ଯେଉଁ ଛାତ୍ରଛାତ୍ରୀମାନେ ଖେଳରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନେ ଆସନ୍ତା ୨୩ ରିଖରେ ହେବାକୁ ଥିବା ରଜତ ଜୟନ୍ତୀ ଉତ୍ସବରେ ପୁରସ୍କୃତ ହେବେ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି