ଢେଙ୍କାନାଳ,ଛତ୍ରପୁର ଓ ବିଶାଖାପାଟଣାର ବ୍ରାହ୍ମୁଣ ସଂଘର ଖେଳ ଖବର

ଛତ୍ରପୁର (ନିମାଇଁ ଚରଣ ପଣ୍ଡା)  ୩୩ତମ ରାଜ୍ୟ ଡ଼ାଈକୋଣ୍ଡା ସବଜୁନିଅର କେଡ଼େଟ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲା କିରୋଗୀ ବର୍ଗରେ ୧୫୪୦ପଏଣ୍ଟ ପାଇଁ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପୁମସି ବର୍ଗରେ ୧୩୦୦ପଏଣ୍ଟ ପାଇଁ ଚମ୍ପିୟାନ ହୋଇଛି । ଗତ ୧୨ତାରିଖ ଠାରୁ ୧୪ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ମହାବେଳୀ ଭବନରେ ଡ଼ାଈକୋଣ୍ଡା ଆସୋସିଏସନ ଅନୁକୁଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଂଜାମ ଜିଲ୍ଲାର ୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିରୁ କିରଗି ବର୍ଗରେ ୯ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ହାସଲ କରି ୧୫୪୦ ପଏଣ୍ଟ ପାଇ ଗଂଜାମ ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ସେହି ଭଳି ପୁମସି ବର୍ଗରେ ୯ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ହାସଲ କରି ୧୩୦୦ ପଏଣ୍ଟ ପାଇ ଗଂଜାମ ଚମ୍ପିୟାନ ହେଇଥିଲା ।ସେହି ପରି ଗଂଜାମ ଜିଲ୍ଲାର କୋଚ କେ ମନୋଜ ପ୍ରଧାନଙ୍କୁ ଶ୍ରେଷ୍ଠ କୋଚ ସମ୍ମାନରେ ସମ୍ମାନିତ କରାଯାଇଥିଲା । 

ବିଶାଖାପାଟଣା(କେ ଶ୍ରୀନିବାସ) ଓଡ଼ିଆ ବ୍ରାହ୍ମଣ ୱେଲଫେର ଆସୋସିଏସନ ପକ୍ଷରୁ ୧୦ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଗତ ରବିବାରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବରିଷ୍ଠ ବ୍ୟକ୍ତିମାନେ ଯୋଗଦେଇଥିଲେ । ଆସୋସିଏସନର ସଭାପତି, ସମ୍ପାଦକ ରଜୁ ନାରାୟଣ ପାଣିଗ୍ରାହୀ, ତ୍ରିନାଥ ସାହୁ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଖେଳପଡିଆରେ ଏହି ଟୁର୍ନାମେଣ୍ଟ ଚାଲିଥିଲା ।ବିଜେତା ମାନଙ୍କୁ ପୁରସ୍କାର ବିତରଣ ଉତ୍ସବ ମଧ୍ୟ ଏଠାରେ ହୋଇଥିଲା । 

ଢେଙ୍କାନାଳ(ଶୁଭମ ପାଣି) ୩୫ତମ ପିଙ୍ଗୁଆ କପ କ୍ରିକେଟ ଟୁର୍ନାମେଣ୍ଟର ଗତକାଲି ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଢେଙ୍କାନାଳ ଗୋବିନ୍ଦପୁରର ସୁରପ୍ରତାପ କ୍ଳବ ସହିତ ଯାଜପୁରର ଅଞ୍ଚଳାଧରି ଗାଁର ସତ୍ୟସାଇ କ୍ରିକେଟ କ୍ଲବ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସୁରପ୍ରତାପ କ୍ଳବ ପ୍ରଥମେ ଟସ ଜିଣି ବ୍ୟାଟିଂ କରି ନିର୍ଧାରିତ ୨୦ଓଭରରେ ତାର ମୂଲ୍ୟବାନ ୭ଟି ଵିକେଟ ହରାଇ ୨୩୭ରନ ସଂଗ୍ରହ କରିଥିଲେ । ଦଳ ତରଫରୁ ବିକାଶ ରାଉତ ବ୍ୟକ୍ତିଗତ ଭାବେ ୩୩ ବଲରୁ ୨୫ରନ ସଂଗ୍ରହ କରିଥିଲେ । ତାର ଜବାବରେ ସତ୍ୟସାଇ କ୍ରିକେଟ କ୍ଲବ ନିର୍ଧାରିତ ୨୦ଓଭରରେ ତାର ସମସ୍ତ ଵିକେଟ ହରାଇ ୧୩୭ରନ ସଂଗ୍ରହ କରିଥିଲେ । ବିକାଶ ରାଉତ ଏହି ମ୍ୟାଚରେ ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଛନ୍ତି ।