ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କର ପ୍ରାଥମିକ ଶିକ୍ଷାରେ ପିଲାମାନଙ୍କର ସର୍ବନିମ୍ନ ଦକ୍ଷତା ହାସଲ ନିମନ୍ତେ ଉଜ୍ଜ୍ଵଳ ଏବଂ ଉତଥାନ ଏକ ଅଭିନବ କାର୍ଯ୍ୟକ୍ରମ । ସେଥିପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ଶିକ୍ଷାଦାନ ଦକ୍ଷତାକୁ ସୁଗମ ତଥା ଅଭିବୃଦ୍ଧି କରିବା ନିମନ୍ତେ ସଦର ବ୍ଲକର ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟା ୭୭୯ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ୧୭ଟି ଟ୍ରେନିଂ ଶିବିରରେ ବ୍ଲକ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉଜ୍ଜ୍ଵଳ ଓ ଉତଥାନ ଟ୍ରେନିଂ ଯଥାକ୍ରମେ ପୋଲିସ ଲାଇନ ସରକାରୀ ଉଚ୍ଚ ପ୍ରାଥମିକ, ଜର୍ଜ ଉଚ୍ଚ ପ୍ରାଥମିକ ତଥା ଡିଆଇଇଟି ଢେଙ୍କାନାଳ ଅନୁଷ୍ଠାନରେ ଚଳିତ ମାସ ମାର୍ଚ୍ଚ ୨୫ ଠାରୁ ଆରମ୍ଭ ହୋଇଅଛି । ଏହି ତାଲିମ ଶିବିର ଚଳିତ ମାସ ମାର୍ଚ୍ଚ ୩୦ ତାରିଖରେ ଶେଷ ହେବ । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକର ଏବିଇଓ ମଧୁସୂଦନ ଷେଣ୍ଢ, ଭଗବାନ ବେହେରା ବିଆରସିସି ଅଦୈତ ଚରଣ ସାମଲ ମହାଶୟମାନେ ତଥା ସିଆରସିସି ସନ୍ତୋଷ କୁମାର ପଟ୍ଟନାୟକ ସହଯୋଗ କରିଛନ୍ତି । ପ୍ରମୋଦ କୁମାର ପଣ୍ଡା, ଦେବେନ୍ଦ୍ର କୁମାର ସେଠି, ଜିତେନ୍ଦ୍ର କୁମାର ସାହୁ, ଆମ୍ବୁଜ କୁମାର ପୃଷ୍ଟି, ସନ୍ଦୀପ କୁମାର ସାହୁ, ସ୍ନିଗ୍ଧାଶ୍ରୀ ଦାସ, ଅରୁଣା ପାଢ଼ୀ, ଇଚ୍ଛାବର୍ତ୍ତୀ ରାଉତ, ଅନିତା ସ୍ୱାଇଁ, ସୁନିତା ମହାରଣା, ଝଷକେତନ ପ୍ରଧାନ, ରସାନନ୍ଦ ମହାରଣା, ଅଞ୍ଜଳି ସାହୁ, ବବିତା ଲେଙ୍କା, ଷୌମ୍ୟକାନ୍ତ ପତି, ସଂଯୁକ୍ତା ହୋତା ପ୍ରମୁଖ ସାଧନ କର୍ମୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରି ସଫଲ୍ୟ ମଣ୍ଡିତ କରିଛନ୍ତି । ଆସନ୍ତା ଅପ୍ରେଲ ରୁ ବିଦ୍ୟାଳୟ ମାନଙ୍କରେ ସାରା ରାଜ୍ୟରେ ଏହି ଉଜ୍ଜ୍ୱଳ ଉତଥାନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ଏହାର ସଫଳ ରୂପାୟନ ଆରମ୍ଭ ହୋଇଛି ବୋଲି କହିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି