ଢେଙ୍କାନାଳରେ ଉତଥାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ଦିବସ ଉତଥାନ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଢେଙ୍କାନାଳ ସଦର ବ୍ଲକ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ତତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସାଧନା କର୍ମୀ ଭାବରେ ସୌମ୍ୟକାନ୍ତ ପତି, ସଂଯୁକ୍ତା ହୋତା, ଅଞ୍ଜଳି ସାହୁ, ବବିତା ଲେଙ୍କା ତାଲିମ ସମ୍ବନ୍ଧୀତ ପାଠ୍ୟକ୍ରମ ଯଥା ଏଡ଼ିଡ଼ିଆଇଇ, ଏସଇସି ପରିଚାଳନାର ୫ଟି ମୁଖ୍ୟ ସୋପାନ ଓ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଆଦି ୪୪ ଜଣ ଶିକ୍ଷକ ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଏବିଇଓ ମଧୁସୂଦନ ସେଣ୍ଡ, ଅଦୈତ କୁମାର ସାମଲ, ଭଗବାନ ବେହେରା, ସିଆରସିସି ସନ୍ତୋଷ କୁମାର ପଟ୍ଟନାୟକ, ବିଷ୍ଣୁ କୁମାର ମଲ୍ଲିକ, ଶ୍ରୀମତୀ ସୁଦର୍ଶନୀ ମିଶ୍ର, ଓ କାଳନ୍ଦୀ ଚରଣ ଦେବତା ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ଗତକାଲି ତଥା ୯ ତାରିଖ ଠାରୁ ଆରମ୍ଭ ହୋଇଛି ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ରିପୋର୍ଟ : ଶୁଭମ କୁମାର ପାଣି