ଢେଙ୍କାନାଳରେ କୁରାଲ ପଞ୍ଚମୀ ପୂଜା ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କୁରାଲ ପଞ୍ଚମୀ ପୂଜା କୁମ୍ଭାରମାନଙ୍କର ଗୋଟିଏ ଶ୍ରେଷ୍ଠ ପର୍ବ ଅଟେ । ଏହି ପର୍ବରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ପୂଜା କରାଯାଏ ।ଏହି ପର୍ବ ପୂର୍ବ ପୁରୁଷ ତଥା କେଉଁ ଆବହମାନ କାଳରୁ ଚାଲିଆସୁଛି । ଏହି ମହୋତ୍ସବରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ଆଲୋକରେ ସାଜ ସଜା କରାଯାଇଥାଏ  ଏବଂ ମାସର ଶେଷ ଗୃରୁବାରରେ ଭକ୍ତ ମାନଙ୍କୁ ପ୍ରସାଦ ସେବନ ଦିଆଯାଏ। ଏହି ପୂଜା ଦୀର୍ଘ ୧୦ ଦିନ ଧରି କରାଯାଏ । ଏହି ପର୍ବର ବିଶେଷତ୍ୱ ଗୁରୁବାର ମାଣବସା ପାଇଁ କରାଯାଏ । ସଭାପତି ଉଦୟନାଥ ପରିଡା, ପୂଜକ ବସନ୍ତ କୁମାର ରାଉଳ ଏବଂ ପୂଜାର ସହଯୋଗୀ କର୍ମକର୍ତ୍ତା ଦିପୁ, ସତ୍ୟାନନ୍ଦ, ଟୁକୁନି, ରଞ୍ଜନ,ଦିବ୍ୟଜ୍ୟୋତି କାବ୍ୟ ବନ୍ଧ ପୂଜାକୁ ପରିଚାଳନା କରୁଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି