ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ଏକ ବୈଠକ ଅନୁଷ୍ଠିତ କରି ଶପଥ ପାଠ କରାଯାଇଛି ।
ଢେଙ୍କାନାଳର ଗାଁ କଲ୍ୟାଣ ସମିତି କେଞ୍ଚୁ ଅବେରଣୀ, ଗେଙ୍ଗୁଟିଆରେ ଆଜି ସକାଳ ୮ ଘଂଟିକା ସମୟରେ ଅଙ୍ଗନୱାଡି ‘ଖ’ କେନ୍ଦ୍ର ଗାଁରେ କୁଷ୍ଠ ସଚେତନତା କାର୍ଯ୍ୟକ୍ରମରେ ଗାଁ କଲ୍ୟାଣ ସମିତି ସଭାନେତ୍ରୀ ତଥା ୫ ନମ୍ବର ୱାର୍ଡ଼ ସଭ୍ୟା ଶାନ୍ତିଲତା ସାମଲ, ଆବାହିକା ଜୟନ୍ତୀ ସାହୁ ଆଶାକର୍ମୀ ସୁକାନ୍ତ ପୃଷ୍ଟି ଓ ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟାମାନଙ୍କର ଉପସ୍ଥିତି ସହ କେଞ୍ଚୁଆ ବେରେଣୀର ବାସିନ୍ଦାମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ କରାଇଛନ୍ତି ଶ୍ରୀମତୀ ଶାନ୍ତିଲତା ସାମଲ । ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ସଂପୂର୍ଣ୍ଣ କୁଷ୍ଠ ରୋଗ ନିରାକରଣ ପାଇଁ ସୁସ୍ଥ ପରିବେଶ ଓ ସୁସ୍ଥ ଗାଁ ଗଠନ ପାଇଁ ଗାଁ କଲ୍ୟାଣ ସମିତି କାର୍ଯ୍ୟ କରୁଛନ୍ତି ବୋଲି କୁହାଯାଇଛି । ଏହି ଅବସରରେ ସମସ୍ତଙ୍କ ପାଖରେ କିପରି ସ୍ୱାସ୍ଥ୍ୟ ସଙ୍କଟ ସଚେତନତା କାର୍ଯ୍ୟକ୍ରମ ପହଞ୍ଚି ପାରିବ ସେଥିପାଇଁ ଦୃଷ୍ଟି ଦେବା ପାଇଁ ଆବାହିକା ମହାଶୟାର ପରାମର୍ଶ ଦେଇ ପରିଶେଷରେ ସଭାନେତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି