ଢେଙ୍କାନାଳରେ ଗ୍ରାମ ରୋଜଗାର ସେବକ ସଂଘ ପକ୍ଷରୁ ବୈଠକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗ୍ରାମ ରୋଜଗାର ସେବକ ସଂଘର ଏକ ଜରୁରୀ ବୈଠକ ସଭାପତି ମଳୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଜିକୁ ୫୫ ଦିନ ଗ୍ରାମ ରୋଜଗାର ସେବକ ସଂଘ ରାଜ୍ୟ ତରଫରୁ ଭୁବନେଶ୍ୱରରେ ଧାରଣାରେ ବସିଛନ୍ତି ଏତେ ଦିନ ଧାରଣା ଚାଲିବା ମଧ୍ୟରେ ସରକାର ସଂଘ ସହିତ କୌଣସି ଆଲୋଚନା ନ କରି ଆକ୍ରୋଶମୂଳକ ଭାବେ ୨ଟି ଜିଲ୍ଲା ଯାଜପୁର ଓ ସୁନ୍ଦରଗଡର ଗ୍ରାମ ରୋଜଗାର ସେବକମାନଙ୍କୁ କାର୍ଯ୍ୟରୁ ନିୟନ୍ତ୍ରିତ କରିବା ସଂଘ ଦୃଢ ନିନ୍ଦା କରିବା ସହ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନକୁ ତୀବ୍ରରୁ ଅତିତୀବ୍ର କରାଯିବ ଓ ଆଗକୁ ଯାହା ହେବ ସେଥିପାଇଁ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି କୁହାଯାଇଛି । ଏହି ସଭାର ସଭାପତିଙ୍କ ସହିତ ସମସ୍ତ ୮ଟି ଜିଲ୍ଲାର ସଭାପତି ଓ ସମ୍ପାଦକମାନେ ଅଂଶ ଗ୍ରହଣ କରିଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି