ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଅନୁକୁଲ୍ୟରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅରୁଣ ପଟ୍ଟନାୟକ ଅଧ୍ୟକ୍ଷତା କରି ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ ଏବଂ ସେମାନଙ୍କର ବିକାଶରେ ଦେଶର ବିକାଶ ବୋଲି ନିଜର ଅଭିଭାଷଣରେ ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ପି.ପି. ଗଣେଶ୍ୱର ବେହେରା ଭାରତର ଶିଶୁ ଶ୍ରମିକ ପରିସଂଖ୍ୟାନର ବୃଦ୍ଧିର କାରଣ ଓ ଏହାର ନିରାକାରଣ ସମ୍ପର୍କରେ ବିସଦ ଭାବରେ ଆଲୋକପାତ କରାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ ଶିଶୁ ସୁରକ୍ଷା ଆଇନ ବିଷୟରେ ବିଷଦ ଭାବରେ ଆଲୋକପାତ କରାଇଥିଲେ । ଗ୍ରାମାଞ୍ଚଳ ଶ୍ରମ ଅଧିକାରୀ ରଶ୍ମି ରଞ୍ଜନ ବରାଳ ନିଜର ଅଭିଭାଷଣରେ ଶିଶୁ ଶ୍ରମିକ ଉଚ୍ଛେଦ କରିବା ପାଇଁ ସମ୍ବିଧାନରେ ଉଲ୍ଲେଖ ଥିବା ବିଭିନ୍ନରେ ଧାରା ବିଷୟରେ ବିବରଣୀ ଦେଇଥିଲେ । ସମାଜସେବୀ ଶାନ୍ତିଲତା ମିଶ୍ର ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ପ୍ରତ୍ୟେକ ନାଗରିକଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅଙ୍ଗୁର ମିଶ୍ର, ଜିଲ୍ଲା ସଂଯୋଜକ(Action Aid India), ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସର ଚଳିତ ବର୍ଷର ପ୍ରସଙ୍ଗ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ନିଜର ବ୍ୟକ୍ତିଗତ ଅଭିଜ୍ଞତା ପରିପ୍ରକାଶ କରିଥିଲେ । ISWO, NGOର ସମ୍ପାଦିକା ପୁଷ୍ପାଞ୍ଜଳି ଜେନା ଶିଶୁ ମାନଙ୍କର ଅଧିକାର ବିଷୟରେ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କ୍ଷୀରୋଦ କୁମାର ବେହେରା ପରିଚାଳନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଓ ଅଣ ସଙ୍ଗଠନିକ ଯତ୍ନ ଅଧିକାରୀ ଶୁବାଷ ମଲ୍ଲିକ, Legal-cum-Probation Officer ପ୍ରଦୀପ୍ତ କୁମାର ସାହୁ, Addl. P. P, ବିମଳେନ୍ଦୁ ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ, PLV ଉପସ୍ଥିତ ଥିଲେ . ପରିଶେଷରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଗୋବିନ୍ଦପୁର ଏବଂ ବିଶ୍ୱ କୁନ୍ତଳ ଶିଶୁ ଗୃହ, ମହୁଲପାଡାର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଶିଶୁ ଶ୍ରମିକ ଉପରେ ଆଧାରିତ ନାଟକ ପରିବେଷଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି