ଢେଙ୍କାନାଳରେ ଦୁର୍ଗାଭସାଣି ଉତ୍ସବ ଜାକଜମକରେ ସମାପନ…

ଢେଙ୍କାନାଳ(ଶୁଭମ ପାଣି)-ଆଜି ଢେଙ୍କାନାଳ ସହରର ସମସ୍ତ ଦୁର୍ଗାମୂର୍ତ୍ତିଙ୍କୁ ବିସର୍ଜନ କରାଯାଇଛି । ଜାକଜମକରେ ଅନୁଷ୍ଠିତ ଏହି ଭସାଣି ଉତ୍ସବରେ ଦଶଦିନ ଧରି ପୂଜା ପାଉଥିବା ଦୁର୍ଗା ମା’ଙ୍କୁ ବିରାଟ ପଟୁଆରରେ ଟାଉନହଲ, ବଡ଼ବଜାର, କାଞ୍ଚନବଜାର ଆଦି ଶୋଭାଯାତ୍ରାରେ ପରିକ୍ରମା କରି ବିସର୍ଜନ କରାଯାଇଥିଲା ।