

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ‘ଓଡିଶା ସୂଚନା ଅଧିକାର ଅଭିଯାନ’ ତରଫରୁ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଶାସନ ବିରୋଧରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଢେଙ୍କାନାଳ ଜିଲ୍ଲା ଆବାହକ ପ୍ରିୟବ୍ରତ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସୂଚନା ଅଧିକାରୀ କର୍ମୀ ପ୍ରବଣ ପ୍ରଧାନ, ଦାମୋଦର ରାଉତ, ଆଇନଜୀବୀ ସୁଧୀର ମହାନ୍ତି ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି ସଭାରେ ଓଡିଶା ସରକାରଙ୍କ ଦୀର୍ଘ ୧୯ବର୍ଷ ଶାସନରେ ଚାଲିଥିବା ଓ ବିଭିନ୍ନ ବିଭାଗରେ ହୋଇଥିବା ଦୁର୍ନୀତିର ଖୁଲାସା କରିଥିଲେ । ଏହି ସଭାରେ ସହରର ସଚେତନ ନାଗରିକ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବେ ଶହ ଶହ ସାଧାରଣ ଜନତା ଯୋଗ ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି