![WhatsApp Image 2018-10-10 at 10.17.34 AM](https://i0.wp.com/www.samrudhaodisha.com/wp-content/uploads/2018/10/WhatsApp-Image-2018-10-10-at-10.17.34-AM.jpeg?fit=1024%2C768&ssl=1)
![](https://i0.wp.com/www.samrudhaodisha.com/wp-content/uploads/2018/10/WhatsApp-Image-2018-10-10-at-10.17.38-AM.jpeg?resize=640%2C480&ssl=1)
![](https://i0.wp.com/www.samrudhaodisha.com/wp-content/uploads/2018/10/WhatsApp-Image-2018-10-10-at-10.17.44-AM.jpeg?resize=640%2C480&ssl=1)
ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ରାଧାକୃଷ୍ଣ ବଜାରରେ ମା ଦୁର୍ଗାଙ୍କର ନବରାତ୍ର ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି । ଏହି ନବରାତ୍ର ପୂଜା ନଅଦିନ ଧରି ଚାଲିବ ଦଶହରା ଦିନ ସମାପ୍ତ ହେବ । ହେଲେ ମା ଦୁର୍ଗାଙ୍କର ଆବିର୍ଭାବ ହୋଇଥିବାରୁ ଜନସମାଗମ ଦର୍ଶନ ଅଭିଳାଷରେ ବଢ଼ିବାରେ ଲାଗିଛି । ପ୍ରତିବର୍ଷ ଏଠାରେ ହେଉଥିବା ଦୁର୍ଗାପୂଜା ଜିଲ୍ଲାରେ ପ୍ରସିଦ୍ଧ ଅଟେ । ମାଙ୍କ ନିକଟରେ ପ୍ରତିଦିନ ମଙ୍ଗଳ ଆରତୀ ପରେ ଚଣ୍ଡୀ ପାଠ କରାଯାଇଥାଏ । ତାପରେ ବାଳ ଭୋଗହୁଏ । ମଧ୍ୟାନରେ ଶଙ୍କୁଡ଼ି ଭୋଗ ଓ ସନ୍ଧ୍ୟାବେଳେ ଆରତୀ ହୋଇଥାଏ । ଭକ୍ତ ମାନଙ୍କୁ ଲଡୁ ବଣ୍ଟନ କରାଯାଏ । ବହୁ ସଂଖ୍ୟାରେ ଭକ୍ତ ମାନଙ୍କର ଭିଡ଼ ଜମୁଥିବାରୁ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗ କରିଥାନ୍ତି ।