ଢେଙ୍କାନାଳରେ ନବ ନିର୍ମାଣ କୃଷକ ସଂଗଠନ ବୈଠକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ବିପ୍ରବର ସାହୁଙ୍କ ସଭାପତିତ୍ୱରେ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନର ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସହ ସଂଯୋଜକ ରମାକାନ୍ତ ରାଉତ, ରାଜ୍ୟ କମିଟି ସଦସ୍ୟ ଶଶାଙ୍କ ଶେଖର ରଥ, ମୁଖ୍ୟ ଉପଦେଷ୍ଟା ଗୋଲକ ବିହାରୀ ମହାନ୍ତି, ଉପଦେଷ୍ଟା କୈଳାସ ଚନ୍ଦ୍ର ରାଉତ, ଅରବିନ୍ଦ ବରାଳ ସହ ସଂଯୋଜକ ଧନେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେଥିରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ପ୍ରେଷ୍ଟିଜ, ପ୍ରାଇସ, ପେନସନ କୃଷି ଋଣ ଛାଡ଼ ହାତୀ ଉପଦ୍ରବ ଦମନର ଦାବୀ କରାଯାଇଛି । ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଏହି ସମ୍ପର୍କରେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ । ଚାଷୀଙ୍କୁ ଯଦି ରାଜଧାନୀ ମନା ତେବେ ନେତାଙ୍କୁ ଗାଁ ମନା କରାଯିବ । ସଦା ସର୍ବଦା ସରକାର ଚାଷୀଙ୍କୁ ଠକି ଚାଲିଛନ୍ତି । ଚାଷୀର ସୁରକ୍ଷା ଭର୍ତ୍ତା ଘୋଷଣା ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି । ରାଜ୍ୟ ସହ ସଂଯୋଜକ ରମାକାନ୍ତ ଭରତ କହିଛନ୍ତି ଚାଷୀର ଉନ୍ନତି କେହି କରିବାକୁ ଚାହୁଁ ନାହାନ୍ତି । ବ୍ୟବସ୍ଥାର ପରିବର୍ତ୍ତନ ନିହାତି ଦରକାର । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ଗୋଲକ ବିହାରୀ ମହାନ୍ତି, ରାଜ୍ୟ ସଦସ୍ୟ ଶଶାଙ୍କ ଶେଖର ରଥ କ୍ଷେତ୍ରବାସୀ ବିଶ୍ୱାଳ, ସୁଧାକର ପରିଡା, ଶରତ ଚନ୍ଦ୍ର ପଟ୍ଟନାୟକ, ରାଜ୍ୟ ଯୁବ ନେତୃତ୍ୱ ଅଶ୍ଵିନୀ କୁମାର ଜେନା, ଭାଗିରଥି ଜେନା, ତ୍ରିନାଥ ପଣ୍ଡା, ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ନେତୃବୃନ୍ଦମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି