ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ସ୍ଥାନୀୟ ଜାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହାପରେ ନିଖିଳ ଓଡିଶା ଏମ ଡି ଏମ ପାଚିକା ସହାୟିକା ସଂଘ ପକ୍ଷରୁ ବିଭିନ୍ନ ଦାବୀର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦାବୀଗୁଡିକ ହେଲା – ୧. ସରକାର ଘୋଷଣା କରିଥିବା ୬୦୦ ଟଙ୍କା ଏବଂ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ, ୨. ବର୍ଷକୁ ୧୦ ମାସ ବଦଳରେ ୧୨ ମାସର ଦରମା ଦିଆଯାଉ, ୩. ପାଚିକା, ସହାୟିକାମାନଙ୍କୁ ଶ୍ରମିକର ମାନ୍ୟତା ଦିଆଯିବା ସହ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଘଟିଲେ କ୍ଷତି ପୁରଣ ଦିଆଯାଉ, ୪. ଅବସର ପରେ ମେରିଟ ଅନୁସାରେ ଅର୍ଥ ପ୍ରଦାନ କରାଯାଉ, ୫. ପାଚିକା ସହାୟିକା ପରିବାରକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ, ୬. ଆକ୍ରୋଶ ମୂଳକ ଛଟେଇ ବନ୍ଦ କରାଯାଉ, ୭. ପାଚିକା ସହାୟିକାମାନଙ୍କର ମୃତ୍ୟୁ ଘଟିଲେ ତାଙ୍କର ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦିଆଯାଉ, ୮. ଶାଢ଼ୀର ମୂଲ୍ୟ ୫୦୦ ଟଙ୍କା ବୃଦ୍ଧି କରିବା ସହିତ ଆଉ ଏକ ଶାଢ଼ୀ ପ୍ରଦାନ କରାଯାଉ, ୯. ହାଇସ୍କୁଲରୁ ଛଟେଇ ହୋଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି ଦେବା ସହିତ ସ୍କୁଲ ମିଶ୍ରଣ ହେବା ଫଳରେ କାମ ପିଲା ଦର୍ଶାଇ ପାଚିକାମାନଙ୍କୁ ଛଟେଇକୁ ବନ୍ଦ କରାଯାଉ, ୧୦. ଅକ୍ଷୟ ପାତ୍ର ମୋଦି ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାମାନଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଅର୍ପଣ ବନ୍ଦ କରାଯାଉ ।
ରିପୋର୍ଟ : ଶୁଭମ କୁମାର ପାଣି