ଢେଙ୍କାନାଳରେ ପହଞ୍ଚିଲା ଚାଷୀଚେନତା ଯାତ୍ରା,ଚାଷୀଦାବୀ ପୂରଣ ନ ହେବା ଯାଏଁ ଭୋଟ ବର୍ଜନ:ନବ ନିର୍ମାଣ କୃଷକ ସଙ୍ଗଠନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଏପ୍ରିଲ ୨ରୁ ନବନିର୍ମାଣ କୃଷକ ସଙ୍ଗଠନର ଆରମ୍ଭ ହେଉଥିବା ଚାଷୀଚେତନା ଯାତ୍ରା ଆଜି ଆସି ଢେଙ୍କାନାଳରେ ପହଞ୍ଚିଛି । ଢେଙ୍କାନାଳରେ ଅଭିଯାତ୍ରୀ ଦଳ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ରନାଥ ମହାରଣା, ସନ୍ତୋଷ ପାତ୍ର, ରଞ୍ଜିତ ପଟ୍ଟନାୟକ ପ୍ରମୁଖ ପହଞ୍ଚିଲା ପରେ ସେମାନଙ୍କୁ ସଙ୍ଗଠନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ବତନ ଜିଲ୍ଲା ସଂଯୋଜକ ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ ଭାଗିରଥି ସାହିର ପାର୍କ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ସଂଯୋଜକ ଯୋଗଦେଇ କହିଲେ ଯେ ତଥାକଥିତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଚାଷୀମାନେ ଅଣନିଃଶ୍ଵାସି ହୋଇ ଗଲେଣି । ବିଭିନ୍ନ ନିର୍ବାଚନୀ ସଭାମାନଙ୍କରେ ନବୀନ ଚାଷୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିବା ସଇତାନର ବେଦପାଠ ସଦୃଶ୍ୟ ବୋଲି କହିଥିଲେ । ସେ କହିଥିଲେ କାଳିଆ ଯୋଜନା ପାଇଁ ନବୀନ ପଟ୍ଟନାୟକ ଏଥିପାଇଁ କି ବ୍ୟସ୍ତ ଯେ କାଳିଆ ଯୋଜନା ନାଁରେ ସେ ନିର୍ବାଚନ ବୈତରଣୀ ପାର ହେବାକୁ ଯାଉଛନ୍ତି । ୨୦ ଦିନ ଭିତରେ ଚାଷୀମାନେ କାଳିଆ ଯୋଜନା ନ ପାଇଲେ ମାରି ଯିବେ ନାହିଁ । ବିନା ପ୍ରସ୍ତୁତିରେ ଚିଠା ପ୍ରସ୍ତୁତ କାଳିଆରେ ହୋଇଥିବାରୁ ଏହା ଯୁଦ୍ଧକାଳୀନ ଭିତିରେ ବଣ୍ଟା ହେଲେ ଏହା ଦଳୀୟ ଭିତରେ ବଣ୍ଟା ହୋଇଯିବ । ଚାଷୀ ନାଁ କହି ନିର୍ବାଚନ ପାର ହେଉଥିବା ଦଳର ନେତାମାନଙ୍କୁ ବିରୋଧ ସହ ସଂଗଠନରେ ଡାକରା ଅନୁଯାୟୀ ଗାଁ ଗାଁରେ ଭୋଟ ବକ୍ସକୁ ବିରୋଧ ପାଇଁ ଆହ୍ୱାନ କରୁଥିଲେ । ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଚାଷୀଙ୍କ ଭୋଟ ଏ ହାତରେ ସରକାର ବାଣ ହେଉଥିବାବେଳେ ଚାଷୀ ବନ୍ଧା ୧୮ ବର୍ଷରେ ଢେର ଉପେକ୍ଷିତ ହେଉଛନ୍ତି । କେବଳ ରାଜ୍ୟ ସରକାର ନୁହନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ଚାଷୀର ଅବହେଳା କରିଛନ୍ତି । ଏଣୁ ଆମ୍ଭେ ଡାକରା ଦେଉଛୁ ଚାଷୀ ପୁଅ ପାଇଁ ଭାତ ନାହିଁ ତ ଭୋଟ ନାହିଁ ତ ଗାଁ ରେ ଭୋଟ ବକ୍ସ ବସିବା ନାହିଁ । ଆଜିର ସମାଜରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ କ୍ଷେତ୍ରବାସୀ ସାହୁ ରାଜ୍ୟ କାର୍ଯ୍ୟାଦେଶ ସଦସ୍ୟ ଶଶାଙ୍କ ରଥ, ଗୋଲକ ଚନ୍ଦ୍ର ପୃଷ୍ଟି, ସୁଧାକର ପରିଡା, ଧନେଶ୍ୱର ରାଉଳ, ରାହାସ ବିହାରୀ ମହାନ୍ତି, ସୁନାପନେ, ବାମଦେବ ପରିଡା, କର୍ତ୍ତକ ସାହୁ, ରୁପା ପାତ୍ର, ବୀଣାପାଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି