

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ତା ୩/୫/୨୦୧୯ ରିଖ ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ କାର୍ଯ୍ୟାଳୟଠାରେ ପ୍ରାକ ବିବାଦ ସମାଧାନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି Pre-ପ୍ରାକ ବିବାଦ ସମାଧାନ କେନ୍ଦ୍ରକୁ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟ ମୄତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଂଜୁ ପଣ୍ଡା ଉଦଘାଟନ କରିବା ଅବସରରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଜନସାଧାରଣ ଏହାର ସୁଫଳ ପାଇବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାୟକ, ଉପ ସଚିବ ଦିପକ ରଞ୍ଜନ ସାହୁ, ଢେଙ୍କାନାଳ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ବିରଞ୍ଚି କୁମାର ରଥ, ଅତିରିକ୍ତ ଜିଲ୍ଲା ଜଜ ସ୍ୱତନ୍ତ୍ର ଜଜ(ଭିଜିଲାନ୍ସ) କ୍ଷୀରୋଦ କୁମାର ଦାସ, ରେଜିଷ୍ଟ୍ରର ସିଭିଲ କୋର୍ଟସ ସଂଜିତ କୁମାର ବେହେରା, ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀମତୀ ସୁଜାତା ପ୍ରିୟମ୍ବଦା ସ୍ୱାଇଁ, ବରିଷ୍ଟ ଦେୱାନୀ ବିଚାରପତି (ମହିଳାଙ୍କ ଅଦାଲତ) ଗୀତାଞ୍ଜଳ ନନ୍ଦ, କୋର୍ଟ ମ୍ୟାନେଜର ଶ୍ରୀମତୀ ପ୍ରିୟଙ୍କ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅହଲ୍ୟା ଧଳ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅରୁଣ ପଟ୍ଟନାୟକ ଏହି ନୂତନ ଆଇନ କକ୍ଷ ଉଦଘାଟନ ଦ୍ୱାରା ସାଧାରଣ ଲୋକମାନେ କିଭଳି ଭାବରେ ଉପକୃତ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ସମ୍ମୁଖ କାର୍ଯ୍ୟାଳୟର ରିଟେନର ଶ୍ରୀମତୀ ଶୁଭଶ୍ରୀ ରାଉତ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ Mediator/Panel Lawyer/PLV ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
