ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ରବାଦ ପୁରୁଷ ତଥା ଆଧୁନିକ ଓଡ଼ିଶାର ନିର୍ମାତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ପକ୍ଷରୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଜୁ ବାବୁ ରାଜ୍ୟରେ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇ ଯେଭଳି ଭାବେ ଓଡ଼ିଆ ଲୋକଙ୍କୁ ପ୍ରେରଣା ଦେଇଥିଲେ ତାକୁ ମନେପକାଇ ଆଜି ଯୁବକମାନେ ତାଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଜୁ ବାବୁ ଥିଲେ ନିଷ୍ଠାପର ସମାଜସେବୀ ଓଡ଼ିଆଙ୍କ ପାଇଁ ଥିଲେ ସେ ନମସ୍ୟ । ସେଇଥିପାଇଁ ତାଙ୍କ ନାମରେ ଆଜି ପ୍ରତିଷ୍ଠିତ ବିଜୁ ଜନତା ଦଳ ଦୀର୍ଘ ୨୦ବର୍ଷ ଧରି ଲୋକ ପ୍ରିୟତାର ଶୀର୍ଷରେ ପହଞ୍ଚିଛି । ତାଙ୍କ ସୁପୁତ୍ର ବିଜୁ ଜନତା ଦଳକୁ ନେତୃତ୍ୱ ଦେଇ ଆଜି ଜାତୀୟ ସ୍ତରରେ କୁକ ସୁନାମ ଅର୍ଜନ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଗତ ୨୦ ବର୍ଷ ଧରି ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ଆଜି ବାପାଙ୍କ ନାମରେ ନାମିତ ଦଳକୁ ରାଜ୍ୟରେ ଏକ ଉଚ୍ଚ ସ୍ଥାନରେ ବସାଇ ପାରିଛନ୍ତି । ତାଙ୍କ ଆଦର୍ଶ, ପରାମର୍ଶ, ନେତୃତ୍ୱ ଦୀର୍ଘଦିନ ଧରି ଲୋକ ପ୍ରିୟତାର ଶୀର୍ଷରେ ରହିଛି । ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ଆଜି ଢେଙ୍କାନାଳ ପ୍ରକମ୍ପିତ ହୋଇ ଉଠିଛି । ଜିଲ୍ଲାର ଆଗ ଧାଡ଼ିର ନେତା ହିସାବରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ମହେଶ ସାହୁ, ବିଧାୟକ ଡ. ନୃସିଂହ ସାହୁ, ବିଧାୟକ ସୁଧୀର କୁମାର ସାମଲ, ସୀମାରାଣୀ ନାୟକ ଓ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ନେତୃତ୍ୱରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ତାଙ୍କୁ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଭିଡି-୧୯ ପାଇଁ ଢେଙ୍କାନାଳର ସମ୍ମାନୀୟ ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଜରିଆରେ ୨୦୬୦୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା