ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ଢେଙ୍କାନାଳ ଟାଉନ ହଲରେ ବିଜେପି ମହିଳା ମୋର୍ଚ୍ଚା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଢେଙ୍କାନାଳ ଜିଲ୍ଲା ମେଲଟି କରି ଗ୍ରାମରେ ଥିବା ହାତୀ ସେଲଟର ହୋମରେ ଘଟୁଥିବା ଯୌନ କେଳଙ୍କାରୀ ଧର୍ମାନ୍ତୀରି କରଣ ଓ ଯୁବତୀ ଚାଲଣ ଏଭଳି ଘଟଣାର ପ୍ରତିବାଦରେ ଜିଲ୍ଲା ସଭାକେନ୍ଦ୍ର ନିରୋଜ ନଳିନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଅନିତା ଦାସ ଜିଲ୍ଲା ସମ୍ପାଦିକାଙ୍କ ସଭାପତିତ୍ୱ ଇତିଶ୍ରୀ ସାହୁ, ସସ୍ମିତା ସାମଲ, ଭାରତୀ ସ୍ୱାଇଁ, ମାମିନା ପ୍ରଧାନ ସମେତ ଅନ୍ୟାନ୍ୟ ପ୍ରମୁଖ ବିଜେପି ନେତା ନବ କିଶୋର ସାହୁ, ଦୀପକ ପଟ୍ଟନାୟକ, ନିର ଦାସ, ଧୃବ ସ୍ୱାଇଁ, ଅନ୍ୟାନ୍ୟ ବିଜେପି କାର୍ଯ୍ୟାଳୟର ଭାଇ ଓ ଭଉଣୀମାନଙ୍କ ଉପସ୍ଥିତରେ ପ୍ରଫୁଲ ସାମଲଙ୍କ ଇସଫା ଦାବି ଓ ସସ୍ମିତା ପାତ୍ରଙ୍କୁ ତଦନ୍ତ ପରିଷର ଭୁକ୍ତ କରିବା ପାଇଁ ଢେଙ୍କାନାଳ ମହିଳା ମୋର୍ଚ୍ଚା ଦାବି କରିଥିଲେ । ଏଥିରେ ସସ୍ମିତା ସାମଲ, ଭାରତୀ ସ୍ୱାଇଁ, ମାମିନା ପ୍ରଧାନ ଭାଷଣ ଦେଇଥିଲେ । ପରିଶେଷରେ ସସ୍ମିତା ସାମଲ ଜିଲ୍ଲାବାସୀଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି