ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକ ପୋରୁହଖୋଜ ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ରଜ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗତକାଲି ପୋରୁହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ରଜ ମହୋତ୍ସବ କମିଟିର ସଭାପତି ଶୁଭଦର୍ଶିନୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଉକ୍ତ ଉତ୍ସବ ଗଁଦିଆ ମିନିଷ୍ଟାଡିୟମରେ କରିବା ପାଇଁ ସ୍ଥିର କରାଯାଇଛି । ଏଥିଯୋଗୁଁ ଢୋନାଲ ପ୍ରତିଯୋଗିତା, ନୃତ୍ୟ, ଗୀତ ଓ ଓରଏଡୁଇନ ପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁ, କପିଳାସ ମହାବିଦ୍ୟାଳୟ ଗଦିଆଁ, ମହିମା ମହାବିଦ୍ୟାଳୟ, ଯୋରନ୍ଦା ଓ ପିଙ୍ଗୁଆ ଡି ଶ୍ରୀ ମହାବିଦ୍ୟାଳୟରେ ମଇ ମାସ ୭,୮,୧୦ ଓ ୧୧ ତାରିଖରେ କରାଯିବା ପାଇଁ ସ୍ଥିର କରାଯାଇଛି । ରଜ କୁଇନରେ ୧ମ ରୁ ୫ମ ଶ୍ରେଣୀ ଛାତ୍ରୀ, ନୃତ୍ୟ ଗୀତ କମିଟି ୧ରୁ ୭ମ, ବରିଷ୍ଠ ୮ମ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନେ ଭାଗ ନେବେ ବୋଲି ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ସମାଜସେବୀ, ବିଜୟ କୁମାର ମିଶ୍ର, ଦମ୍ବୁରୁଧର ସେଠି, ଅନାଦି ଚରଣ ଶତପଥୀ, ଶିକ୍ଷାବିତ ଦଣ୍ଡଧର ସାହୁ, ସମୀର କୁମାର ସାହୁ, ମଠତେନ୍ତୁଳିଆ ସରପଂଚ, ଝରଣା ସାହୁ, ରାଇପଳା ସରପଂଚ କଲ୍ୟାଣୀ ମିଶ୍ର, ସମାଜସେବୀ ଗଣେଶ୍ୱର ବେହେରା, ବିଦ୍ୟାଧର ସାହୁ, କାଳନ୍ଦୀ ଚରଣ ସାହୁ, ଯୁବ ସମାଜସେବୀ ତାପସ କୁମାର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଯୁକ୍ତ ଦୁଇ ବିଜ୍ଞାନରେ ସର୍ବାଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ପଣ୍ଡିତ ପ୍ରମୋଦ ଚନ୍ଦ୍ର ରାଉତ ସ୍ମୃତି ସମ୍ମାନ ଦିଆଯିବ ବୋଲି ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ହରିହର ସାହୁ ସଂଯୋଜନା କରିଥିବା ବେଳେ ପ୍ରକାଶ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଗଁଦିଆ ବ୍ଲକର ବୟୋଜ୍ୟେଷ୍ଠ ସମାଜସେବୀମାନଙ୍କ ସମେତ ଯୁବ ସମାଜସେବୀମାନେ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି