
ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାବୀର ବଜାର କ୍ରିକେଟ ଦଳ ଅନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଦୀର୍ଘ ୧୦ ଦିନ ବ୍ୟାପି ମେଘା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ୨ଟି ଶ୍ରେଷ୍ଠ ଦଳ ମହାବୀର ବଜାର ଦଳ ଏବଂ ବାଜି ଚୌକି ଦଳ ଫାଇନାଲରେ ପହଞ୍ଚିଥିଲେ । ଟିମ ଜିତି ପ୍ରଥମେ ମହାବୀର ବଜାର ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୧୫ ଓଭର ମଧ୍ୟରେ ୧୫୩ ରନ ସଂଗ୍ରହ କରିଥିଲେ । ମହାବୀର ବଜାର ଦଳ ୧୦ଟି ବଲରେ ୨୭ ରନ ସଂଗ୍ରହ କରିଥିଲେ । ବାଜିଚୌକ ଦଳର ଆଶୁତୋଷ ୨ଟି ଉଇକେଟ ନେଇଥିଲେ । ଦ୍ୱିତୀୟ ଇନିଂସ ରେ ୧୫୪ ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିଲେ । କିନ୍ତୁ ୧୫୨ ରନରେ ସୀମିତ ରହିଥିଲେ । ମହାବୀର ବଜାର ୧ ରନରେ ବିଜୟ ଲାଭ କରେ । ଫାଇନାଲ ମେଚରେ କ୍ଲବର ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ରୂପରେ ବିଜେପି ନେତା ରାଜୀବ ଲୋଚନ ସିଂହଦେଓ ଯୋଗ ଦେଇଥିଲେ ଏବଂ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଚମ୍ପିୟାନ ଦଳକୁ ଓ ଋନରର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ । ଶେଷରେ କ୍ଲବର ସମ୍ପାଦକ ଲକ୍ଷ୍ମୀଧର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଳବର ସଦସ୍ୟ କାଳିଆ ଖୁଣ୍ଟିଆ, ମିଲୁ ପାଳ, ଶାନ୍ତି ସିଙ୍ଗ, ସୂର୍ଯ୍ୟକାନ୍ତ ପରିଡା, ଜିତେନ୍ଦ୍ର, ଚିକୁନ, ବଣ୍ଟି, କୁଲୁ ଏହି ମାନଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ସଫଳ ହୋଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି

