


ଢେଙ୍କାନାଳ(ଶୁଭମ ପାଣି)- ମହାତ୍ମାଗାନ୍ଧୀଙ୍କର 150ତମ ଗାନ୍ଧୀଜୟନ୍ତୀ ପାଳନ ପୂର୍ବଦିନ ଭାପୁର, କାକୁଡ଼ିଭାଗ, ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତର ମହିଳା ମାନେ ଭାପୁର ଗ୍ରାମ ପଦଯାତ୍ରା କରି ନୂଆସାହିଠାରୁ ବାହାରି ରାସ୍ତା କଡରେଥିବା ଵିଦେଶୀ ମଦ ଦୋକାନ ଆଗରେ ନାରା ଦେଉଛନ୍ତି ଓ ମଦ ବିରୋଧୀ ସଭା କରୁଛନ୍ତି । ମଦ ଦୋକାନ ସେଠାରୁ ହଟାଇବାକୁ ଦାବି କରି ଏହି ଶୋଭାଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ ଢେ଼ଙ୍କାନାଳର ସଭାପତି ପ୍ରଦୀପ ସାହୁ, ସଭ୍ୟ ରମେଶ ପଣ୍ଡା, ସରୋଜ ଶତପଥୀ, ଯୋଗଦେଇ ଉଦବୋଧନ ଦେଇଥିଲେ ଓ ସହସମ୍ପାଦକା ବନିତା ସାମଲ ଏବଂ ସଭ୍ୟ ଅଶୋକ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।