ଢେଙ୍କାନାଳରେ ଶକ୍ତି ସଂରକ୍ଷଣ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଶକ୍ତି ସଂରକ୍ଷଣ ଦିବସ ନିମନ୍ତେ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଏକ ଶୋଭା ଯାତ୍ରାରେ ଯାଇ ସହବାସୀଙ୍କୁ ଶକ୍ତି ସଂରକ୍ଷଣର ଉପାଦେୟତା ସମ୍ବନ୍ଧରେ ସଚେତନ କରିଥିଲେ । ବର୍ତ୍ତମାନର ସମାଜରେ ଶକ୍ତି ସଂରକ୍ଷଣର ଆବଶ୍ୟକତା ସମ୍ବନ୍ଧରେ ବିଭିନ୍ନ ପ୍ଳାକଡି ଧରି ସ୍ଲୋଗାନ ଦେଇ ଛାତ୍ରୀମାନେ ସହର ପରିକ୍ରମା କରିଥିଲେ । ଏହି ଦିବସ ଉପଲକ୍ଷେ ବିଦ୍ୟାଳୟରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ଶିକ୍ଷୟିତ୍ରୀମାନେ ଓ ଛାତ୍ରୀମାନେ ଶକ୍ତିର ଆବଶ୍ୟକତା ଏବଂ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

ରିପୋର୍ଟ : ଶୁଭମ କୁମାର ପାଣି