

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଯାହାକୁ ନେଇ ବେଶ ମାତ୍ରାରେ ପ୍ରସ୍ତୁତି କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଢେ଼ଙ୍କନାଳର ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ବ୍ଲୁବଟନ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକର ଅନେକ ଅନେକ ଗାଁ ବୁଲି ଭୋଟ ଦେବା ନିମନ୍ତେ ଲୋକମାନଙ୍କୁ ସଚେତନତା କରାଇବା ସହ ଭୋଟର ହାର କିଭଳି ଭାବେ ବୃଦ୍ଧି ହେବ, ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବ ଏହା ହେଉଛି ଏହି ଏକ୍ସପ୍ରେସର ମୂଳଲକ୍ଷ୍ୟ । ଏହା ଭୋଟ ଦେବା ନିମନ୍ତେ ଲୋକମାନଙ୍କ ବିଭିନ୍ନ ସମସ୍ୟାକୁ ଏଲଇଡି ଟିଭି ମାଧ୍ୟମରେ ସଚେତନତା କରାଇ ସମାଧାନ କରାଯିବ । ଏହା ରାଜ୍ୟର ସମସ୍ତ ଜିଲ୍ଲା ବୁଲି ଲୋକମାନଙ୍କୁ ମୋ ଭୋଟ ମୋ ଅଧିକାର ମୋ ନିଷ୍ପତି । ମୋ ‘ଭୋଟ ମୋ ଦେଶ’ ମୋ ଭୋଟ ସଉଦା ନୁହେଁ, ଭୋଟ ଦେବା ଦେଶ ଗଢ଼ିବା ପ୍ରକୃତ ନାଗରିକ ସିଏ ଭଲ ପ୍ରାର୍ଥୀ ବାଛିଥାଏ ଯିଏ ଉପରେ ଫୋକସ କରିବ । ଏହି କାର୍ଯ୍ୟକ୍ରମରେ ଗୋବିନ୍ଦ ଓ଼ଝା, ବିଜୟ ସେନାପତି, ଶଙ୍କର, ଶେଷଦେବା ରାଉତ, ହୃଦାନନ୍ଦ ପ୍ରଧାନ, ନାମୀ ସ୍ୱଚ୍ଛାସେବୀ, ବୀଣାପାଣି ମିଶ୍ର, ମାଳତୀ ସାହୁ, ସୁବାସ ଚନ୍ଦ୍ର ଦାସ, ସ୍ଵେଛାସେଵୀ ସଂଘର ସମୀର ପଟ୍ଟନାୟକଙ୍କ ସେମେତ ବହୁ ସମାଜସେବୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି