ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତ ଗୁରୁବାର ଦିନ ଢେଙ୍କାନାଳ ପୌରାଞ୍ଚଳର ୨ ନଂ ୱାର୍ଡରେ ଅବସ୍ଥିତ ଡ଼. ଦାଶରଥି ମିଶ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ କଙ୍କଡ଼ାହାଡ଼ ଜିପି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜ୍ଞାନର ମହତ୍ତ୍ୱ ଉପରେ ଆଲୋଚନା କରାଯାଇଥିଲା । ବିଜ୍ଞାନ ଶିକ୍ଷୟତ୍ରୀ ସରଳା ସାହୁ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ର ସିବି ରମଣ ଓ ନୋବେଲ ପୁରସ୍କାର ଉପରେ ଆଲୋକପାତ କରିଥିଲେ । ୯ମ ଶ୍ରେଣୀର ଛାତ୍ରୀ ଶୁଚିସ୍ମିତା ନାଥ ବିଜ୍ଞାନ ସେଣ୍ଟରରେ ହେଉଥିବା ବିଜ୍ଞାନ ପ୍ରୋଜେକଟ ପ୍ରଦର୍ଶନରେ ଭାଗ ନେଇ ପୁରସ୍କୃତ ହୋଇଥିଲେ । ତତ ସହିତ କେନ୍ଦ୍ର ସରକାରଙ୍କର ସଂସ୍କୃତି ବିଭାଗ ତରଫରୁ ପିଲାମାନଙ୍କୁ ମାଗ୍ନେଟିକ କମ୍ପାସ ଗିଫ୍ଟ ଆକାରରେ ମିଳିଥିଲା ଓ ଏହା ଦ୍ୱାରା ପିଲାମାନେ ଦିଗ ନିର୍ଣ୍ଣୟ ସଠିକ ଭାବେ କରିପାରିବେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ବୁଝାଇଥିଲେ । ଶେଷରେ ଶିକ୍ଷକ ସୁଶୀଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି