ଢେଙ୍କାନାଳର କଣ୍ଟାପାଟଣା ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାରେ ପାଠପଢ଼ା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକ ଅଧିନସ୍ତ ରତ୍ନପୁର ଗ୍ରାମ ପଂଚାୟତର ସୀମାନ୍ତ ଅଂଚଳରେ ଅବସ୍ଥିତ କଣ୍ଟାପାଟଣା (ଏରପଦା) ପ୍ରାଥମିକ ବିଦ୍ୟାଳୟ ୧୯୮୧ ମସିହାରୁ ପ୍ରତିଷ୍ଠିତ । ୧ମ ରୁ ୫ମ ଶ୍ରେଣୀ ରହିଥିବା ବେଳେ ପିଲାସଂଖ୍ୟା ୨୩ ଶିକ୍ଷକ ସଂଖ୍ୟା ୨ ରହିଛି କିନ୍ତୁ ଶ୍ରେଣୀ ଗୃହ ମାତ୍ର ଏକ ବଖରା ଥିବାରୁ ପିଲାମାନେ ବାରଣ୍ଡାରେ ପଢୁ ଅଛନ୍ତି । ଏଠାରେ ସୂଚନା ଯେ, ୨୦୧୫ ମସିହାରୁ ବିଦ୍ୟାଳୟର ମୁଖ୍ୟଗୃହ ଫାଟି ଆଁ କରିଥିବାରୁ କବାଟ, ଝରକା ଖୋଲି ଖୋଲି ହେଉନାହିଁ କି ବନ୍ଦ କରି ହେଉନାହିଁ । ୨୦୧୫ ମସିହାରୁ ଗୃହ (ଶ୍ରେଣୀ) ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏସଏମସି ସଭାପତି ରମେଶ କୁମାର ବେହେରା ଜଣାଇଥିବା ସୁଧା କୌଣସି ସୁଫଳ ମିଳିପାରିନାହିଁ । ବିଦ୍ୟାଳୟ କଡ଼ର ରତ୍ନପୁର, ଯାଜପୁର (ବରଡାଛକ) ଆରଡ଼ି ରାସ୍ତା ଯାଇଥିବା ବେଳେ ବିଦ୍ୟାଳୟର ପ୍ରଚେରୀ ନଥିବା ବେଳେ ସମୟେ ସମୟେ ଏହା ପିଲାମାନଙ୍କ ପ୍ରତି ଅସୁବିଧା ସୃଷ୍ଟି କରୁଅଛି । ତେଣୁ ତୁରନ୍ତ ଏହାର ତଦନ୍ତ କରି ସମସ୍ୟାର ସମାଧାନ କରାଯାଉଛ ବୋଲି ଦାବି ହୋଇଛି ।

ରିପୋର୍ଟ : ଶୁଭମ କୁମାର ପାଣି