ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକ ଖଙ୍କିରା ଗ୍ରାମରେ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କର ୧୯ ତମ ବାହୁଡା ଯାତ୍ରା । ମହାପ୍ରଭୁ ମାଉସୀ ମା’ ମନ୍ଦିର ଶ୍ରୀ ସିଦ୍ଧ ମହାବୀରଙ୍କ ସନ୍ନିକଟ ମନ୍ଦିରରୁ ନିଜର କର୍ମସ୍ଥଳୀକୁ ଯାତ୍ରା କରିଥିଲେ । ଏହି ଅବସରରେ କୁନିକୁନି ଶିଶୁମାନଙ୍କ ଦ୍ୱାରା ରଥ ଟଣା କାର୍ଯ୍ୟ ଓ ବିଭିନ୍ନ ପ୍ରକାରର ପୂଜାନୀତି ଅନୁଷ୍ଠିତ କରାଯାଥିଲା । ଗ୍ରାମର ସମସ୍ତ ଜନତା, ହରିବୋଲ ଓ କୀର୍ତ୍ତନର ତାଳେ ତାଳେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରତିନାଦ ହୋଇଥିଲା ଖଙ୍କିରାର ଗ୍ରାମ୍ୟ ଜୀବନ । କିଛି ସମୟ ପାଇଁ ଜଗନ୍ନାଥ ପ୍ରିତିଧାରୀରେ ସମସ୍ତ ଉଦବୁଦ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଭକ୍ତ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି