ଢେଙ୍କାନାଳର ପିଙ୍ଗୁଆ ଗ୍ରାମରେ ରାମ ନବମୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ପିଙ୍ଗୁଆ ଗ୍ରାମରେ ରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି ।
ପିଙ୍ଗୁଆ ଗ୍ରାମରେ ଥିବା ସାଇ ବାବାଙ୍କ ମନ୍ଦିରରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା । ଏହି ପୂଜାରେ ପ୍ରାୟ ୮୦୦ ରୁ ଉର୍ଦ୍ଧ୍ୱ ଭକ୍ତ ଯୋଗଦେଇ ସାଇ ବାବାଙ୍କୁ ପାଲିଙ୍କି ମଧ୍ୟରେ ଗ୍ରାମ ପରିକ୍ରମା କରି ସମଗ୍ର ଦେଶ, ସମସ୍ତ ଭକ୍ତ ଓ ସେହି ଗ୍ରାମର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରି ମଙ୍ଗଳ କାମନା କରିଥିଲେ । ଏହାପରେ ସାଇବାବାଙ୍କ ଆଳତୀ କରାଯାଇଥିଲା । ଶେଷରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି