

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ପବିତ୍ର ବିଶ୍ଵକର୍ମାଙ୍କ ପୂଜା ଦିବସ । ଏହି ଅବସରରେ ସାରା ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱକର୍ମା ପୂଜା କରାଯାଉଥିବା ବେଳେ ଢେଙ୍କାନାଳର ପୂର୍ତ୍ତ ବିଭାଗ ଠିକାଦାର ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବିଶ୍ୱକର୍ମା ପୂଜା ପାଳିତ କରାଯାଇଛି । ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ଠିକାଦାର ସଂଘ ପକ୍ଷରୁ ଦୀର୍ଘ ୫ ବର୍ଷ ଧରି ବିଶ୍ୱକର୍ମାଙ୍କ ପୂଜା କରି ଆସୁଛନ୍ତି । ଏହି ବର୍ଷ ମଧ୍ୟ ଅତି ଧୁମଧାମରେ ଲିଚୁ ମାଳର ସଜାସଯ୍ୟାରେ ଆଲୋକିତ କରି ବିଶ୍ଵକର୍ମାଙ୍କୁ ସ୍ଥାପନ କରି ନିୟମ ଅନୁଯାୟୀ ପୂଜା କାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ଠିକାଦାର ସଂଘର ସମସ୍ତ କର୍ମଚାରୀ ଅଂଶ ଗ୍ରହଣକରି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି