

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳର ପ୍ରତ୍ୟେକ ସରକାରୀ ଓ ଘରୋଇ ସ୍କୁଲ, କଲେଜ ମାନଙ୍କରେ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ସେହିପରି ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖୁବ ଧୁମଧାମରେ ମା ସରସ୍ୱତୀ ମା ଙ୍କ ପୂଜା ଅର୍ଚନା କରାଯାଇଛି । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ କରି ମାଙ୍କ ପୂଜା କରି ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ ଓ ଶେଷରେ ପ୍ରସାଦ ସେବନ କରି ଘରକୁ ଫେରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ବେହୁରି, ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ପଣ୍ଡା ଶିକ୍ଷୟତ୍ରୀ ନରସୀମା ବେଗମ, ଗୀତାଞ୍ଜଳି ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
