

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ମୁଖ୍ୟ ଶାଖାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶା ସି.ଜି.ଏମ. ଶ୍ରୀମତୀ ପ୍ରଭିଣା କାଭାଙ୍କ ଦ୍ୱାରା ଢେଙ୍କାନାଳ ମୁଖ୍ୟ ଶାଖାର ଉଦଘାଟନ କରାଯାଇଛି । ଏଥିରେ ଅତିଥି ଭାବେ ଓଡ଼ିଶା ସାର୍କଭର ଜି.ଏମ ଚାରୟୁଲୁ, ଜିଏମ, ବିଜୟ କୁଜୁର, ଡିଜିଏମ କ୍ରୀଷ୍ନା ଶର୍ମା ଯୋଗ ଦେଇଥିଲେ । ଏହାସହ ଢେଙ୍କାନାଳ ମୁଖ୍ୟ ଶାଖା ପରିଚାଳକ ଆଶୁତୋଷ ତ୍ରିପାଠୀ ସେକ୍ରେଟାରୀ ମନମୋହନ ନାୟକ, ଗୋପାଳ ଚନ୍ଦ୍ର ସାହୁ, ଵିଭାସ କୁମାର ମହାନ୍ତି, ସନ୍ତୋଷ କୁମାର ବରାଳ, ଗିରିଶ ଚନ୍ଦ୍ର ମହାଳିକ, ସ୍ଵାଗତି ମିଶ୍ର, ପ୍ରଜ୍ଞାପରମିତା ପ୍ରମୁଖ ଯୋଗଦେଇ ଉଦଘାଟନୀ ସମାରୋହକୁ ଆନନ୍ଦ ମୁଖର କରିଥିଲେ । ଏହି ଅବସରରେ ସିଜିଏମର ଶ୍ରୀମତୀ ପ୍ରଭିଣା କାଭା ମଧୁର ବକୃତା ଦେଇ ଷ୍ଟାଫ ମାନଙ୍କର ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଶଖାର ଉନ୍ନତିକରଣ ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି

