

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାବାତ୍ୟା ଫନିର ପ୍ରଭାବରେ ଶ୍ରୀକ୍ଷେତ୍ର ପୁରୀ ସହର ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଏପରିକି ମହାପ୍ରଭୁଙ୍କ ନିର୍ମିତ୍ତ ତୁଳସୀ ବଣଟି ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି । ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଦେଖାଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ”ଶରଣ ଶ୍ରୀକ୍ଷେତ୍ର ବିକାଶ ପରିଷଦ” କମିଟି ତରଫରୁ ଚିଣ୍ଟୁବାବାଙ୍କ ସହଯୋଗରେ ସପ୍ତାହରେ ୩ ଥର ତୁଳସୀ, ଫୁଲ ଓ ପନିପରିବା ଇତ୍ୟାଦି ସଂଗ୍ରହ କରି ଶ୍ରୀ ମନ୍ଦିରକୁ ପଠାଯାଉଛି । ଏହା ସହିତ ଯଦି କୌଣସି ଭକ୍ତ ତୁଳସୀ, ଫୁଲ ଓ ପନିପରିବା ଇତ୍ୟାଦି ଶ୍ରୀ ମନ୍ଦିରକୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ଲଗାଇବା ନିମନ୍ତେ ପଠାଇବାକୁ ଚାହାନ୍ତି ତେବେ 9937570407 ନମ୍ବରକୁ ଯୋଗାଯୋଗ କରିପାରନ୍ତି । ଏଠାରେ ପ୍ରକାଶ ଥାଉକି ଆଜି ମହାପ୍ରଭୁଙ୍କ ସେବା ନିମନ୍ତେ ଫୁଲ, ତୁଳସୀ ଓ ପନିପରିବା ଇତ୍ୟାଦି ଢେଙ୍କାନାଳରୁ ସଂଗ୍ରହ କରି ପୁରୀ ମନ୍ଦିରକୁ ପଠାଯାଇଛି ।
ରିପୋର୍ଟ : ଶୁଭମ କୁମାର ପାଣି