ଢେଙ୍କାନାଳ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଂକ୍ଷୀପ୍ତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା)ଢେଙ୍କାନାଳ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଗତକାଲି ସ୍ୱତନ୍ତ୍ର ସଂକ୍ଷୀପ୍ତ ସଂଶୋଧନ-୨୦୨୦, ଯୋଗ୍ୟତା ୧ ଜାନୁୟାରୀ ୨୦୧୯, ଫର୍ମ ନେବାର ତାରିଖ ଡିସେମ୍ବର ୧୨, ୨୦୧୯ ରୁ ଜାନୁୟାରୀ ୧୫, ୨୦୨୦ ଏହି ସମୟ ମଧ୍ୟରେ ଭୋଟର ମାନେ ଫର୍ମ ୨, ୭, ୮ ଏବଂ ୮(କ) ଦ୍ୱାରା ଯୋଗ, ବିଯୋଗ, ସଂଶୋଧନ ଏବଂ ସ୍ଥାନାନ୍ତରିତ କରିପାରିବେ । ସେଥିପାଇଁ ସଚେତନତା ରଥ ନଗର ପରିକ୍ରମା କରୁଥିଲା । ଭୋଟରମାନେ ମଧ୍ୟ ଡବ୍ଲୁଏମଭି.ଏନଭିଏସପି.ଇନ ଅନଲାଇନ(wmv.nvsp.in online) ଦ୍ୱାରା ଆବେଦନ କରିପାରିବେ । ସତଲ୍ୟ ମଣ୍ଡିତ ପ୍ରଧାନ, ଇଆରଓ, ଉପଜିଲ୍ଲାପାଳ ଢେଙ୍କାନାଳ, ବବିତା ମିଶ୍ର, ବିରମୋହନ ପୃଷ୍ଟି, ସଞ୍ଜୟ କୁମାର ସାହୁ, ବିରଞ୍ଚି ନାରାୟଣ ନାଥ, ଦୂରଦୃଶ୍ୟ ସାହୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

ରିପୋର୍ଟ : ଶୁଭମ କୁମାର ପାଣି