

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ଚକ୍ଷୁ ଚିକିତ୍ସାଳୟ କଳିଙ୍ଗ ଆଇ ହସ୍ପିଟାଲ ପକ୍ଷରୁ ଗ୍ଲକୋମା ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଏକ ସଚେତନତା ଶୋଭାଯାତ୍ରା ନଗର ପରିକ୍ରମା କରି ଜନସାଧାରଣଙ୍କୁ ଗ୍ଲକୋମା ରୋଗର କାରଣ ଓ ନିରାକରଣ ବିଷୟରେ ବୁଝାଇଛନ୍ତି । ଆରମ୍ଭରୁ ଏହି ରୋଗ ନିୟନ୍ତ୍ରଣ ନ କଲେ ଭବିଷ୍ୟତରେ ରୋଗୀ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ଥାଏ ତେଣୁ ସମସ୍ତେ ଗ୍ଲକୋମା ଜମିବା ଓ ଏହାକୁ ଅଧିକ ବ୍ୟାପିବାକୁ ନ ଦେବା ପାଇଁ ସାମାଜିକ କର୍ମୀ ଓ ହସ୍ପିଟାଲର କର୍ମଚାରୀମାନେ ହାତରେ ପ୍ଳେକାର୍ଡ ଧରି ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ବହୁ କର୍ମୀ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି