ଢେଙ୍କାନାଳ ଜିଲ୍ଲାକୁ ନିଶାମୁକ୍ତ କରିବାପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଆରମ୍ଭ ହୋଇଯାଇଛି ‘ନିଶାକୁ ନା’ ଅଭିଯାନ

ଢେଙ୍କାନାଳ(ଶୁଭମ ପାଣି) ଢେଙ୍କାନାଳ ଜିଲ୍ଲାକୁ ନିଶାମୁକ୍ତ କରିବାପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଆରମ୍ଭ ହୋଇଯାଇଛି ‘ନିଶାକୁ ନା’ ଅଭିଯାନ। ଭାପୁର ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ତରଫରୁ ସତ୍ୟ,ଶାନ୍ତି ଓ ଅହିଂସାର ପ୍ରତୀକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ସଭାପତି ସୁବାସ ଖଟୁଆ,ସମ୍ପାଦକ ସୌଭାଗ୍ୟ ପଣ୍ଡା,ବିଜୁ ଛାତ୍ର ଜନତା ଦଳ ସୋସିଆଲ ମିଡ଼ିଆ ଇଂଚାର୍ଜ ସଞ୍ଜୟ କୁମାର ପଣ୍ଡା,ଉତ୍ତମ କୁମର ପଣ୍ଡା,ଜୀବନ କୁମାର ପଣ୍ଡା,ବିଶ୍ୱଜିତ ସାହୁ,ରଞ୍ଜିତ ବାରିକ,ଶୁଭେନ୍ଦୁ ପଣ୍ଡା,ସୁନୀଲ ସାହୁ, ଉପସ୍ଥିତ ଥିଲେ । ସେହିପରି ଗଦାଶୀଳା ପଞ୍ଚାୟତରେ ଯୁବବାହିନୀ ପକ୍ଷରୁ ଗାନ୍ଧୀଜୟନ୍ତୀ ଉତ୍ସବରେ ନିଶାନିବାରଣ ଉପରେ ଗ୍ରାମସଭା ବସିଥିଲା। ଏଥିରେ ବ୍ଲକର ପାନ୍ୟଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଶାନିବାରଣ ଦ୍ୱାରା କିପରି ଲୋକଙ୍କୁ ସୁଵିଧାମିଳେ ବୁଝାଇଥିଲେ । ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୀନା ସେଠି, ସମିତି ସଭ୍ୟ ଶେଖର ସେଠି, ପଞ୍ଚାୟତ ନିର୍ଵାହି ଅଧିକାରୀ ରଶ୍ମିତା ସେଠି, ଗ୍ରାମରୋଜଗାର ସେବକ ପ୍ରିୟମ୍ବଦା ବରାଳ ଓ ବିଜୁ ଯୁବ ବାହିନୀର ସଂଘଠକ ମାନଙ୍କ ସହିତ ଜନସାଧାରଣ ଏହି ସଭାରେ ଅଂଶ ଗ୍ରହଣ କରି ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଆଲୋଚନା କରିଥିଲେ । ବିଶେଷ କରି ନିଶାମୁକ୍ତ ପଞ୍ଚାୟତ କରିବାପାଇଁ ନିଷ୍ପତିନେଇଥିଲେ ।