ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ସାରା ଭାରତରେ ଯେଉଁ ଜନତା କର୍ଫ୍ୟୁ ଜାରୀ ରହିଛି ତାହା ଢେଙ୍କାନାଳ ଜିଲ୍ଲାରେ ସମ୍ପୂର୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି । ସହରର କଲେଜ ଛକ, ଦୈନିକ ବଜାର ଏବଂ ସମସ୍ତ ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିଛି । ଲୋକେ ସ୍ୱଚ୍ଛାକୃତ ଭାବେ ଘରୁ ବାହାରି ନ ଥିବା ଦେଖିବାକୁ ମିଳିଛି । ସହରଟି ଜନଶୁନ୍ୟ ଦେଖାଯାଉଛି । ସମ୍ପୂର୍ଣ୍ଣ ଭାବେ ଵସ୍ ସେବା, ରେଳ ସେବା ବନ୍ଦ ରହିଛି । ଲୋକେ କରୋନା ପାଇଁ ଏହି ଜନତା କର୍ଫ୍ୟୁକୁ ସମ୍ପୁର୍ଣ୍ଣ ପାଳନ କରିଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତ ଛକ ସ୍ଥାନରେ ପୋଲିସ ବ୍ୟବସ୍ଥା କରାଯାଇଛି । ସେହିପରି ସହରର ସମସ୍ତ ମାଛ, ପନିପରିବାର, ମାଂସ ଦୋଳନ ମଧ୍ୟ ବନ୍ଦ ରହିଛି । ଲୋକେ ସ୍ବେଚ୍ଛାକୃତ ଭାବେ ସମସ୍ତ ବ୍ୟବସାୟ କେନ୍ଦ୍ର ବନ୍ଦ କରିଛନ୍ତି ।
ରିପୋର୍ଟ : ଶୁଭମ ପାଣି