ଢେଙ୍କାନାଳ ଜିଲ୍ଲାରେ ନବନିର୍ମଣା କୃଷକ ସଂଗଠନ ବନ୍ଦପାଳନର ପ୍ରଭାବ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲା ନବନିର୍ମଣା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ଅଧ୍ୟକ୍ଷ ବିପ୍ରବର ସାହୁଙ୍କ ନେତୃତ୍ୱରେ ଶହ ଶହ ଚାଷୀ ରାଜା ରାସ୍ତାକୁ ଓହ୍ଲାଇଛନ୍ତି । ଜିଲ୍ଲାରେ ସଂପୂର୍ଣ୍ଣ ରୂପେ ଗାଡି ମଟର ବଜାର ମଧ୍ୟ ବାନ୍ଦ ରହିଛି । କିଛି କିଛି ଦୋକାନ ଖୋଲାଅଛି । ଆନ୍ଦୋଳନରେ ରାଜ୍ୟ ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ରଥ, ଜିଲ୍ଲା ସଂଯୋଜକ କ୍ଷେତ୍ରବାସୀ ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ଗୋଲକ ବିହାରୀ ମହାନ୍ତି ଉପଦେଷ୍ଟା କୈଳାସ ଚନ୍ଦ୍ର ରାଉତ, ଆରବିନ୍ଦ ବିରଳ ପ୍ରମୁଖ ନେତୃତ୍ୱମାନେ ସାମିଲ ହୋଇଛନ୍ତି । ମୁଖ୍ୟ ଦାବି ମଧ୍ୟରେ ଚାଷୀର ସୁରକ୍ଷା ଭତ୍ତା ଏବଂ ପ୍ରାଇସ, ପ୍ରେଷ୍ଟିଜ, ହାତୀ ଆକ୍ରମଣକୁ ଦମନ କରିବା, କୃଷିଋଣ ଛାଡ ସମ୍ପର୍କରେ ସ୍ଲୋଗାନ ଦିଆଯାଇଅଛି । ସାରା ଢେଙ୍କାନାଳ ଜିଲ୍ଲାରେ ଆନ୍ଦୋଳନ ଜୋର ଦାରା କରାଯାଇଛି । ପୁରପଲ୍ଲୀ, ଓଉପଡାରେ ସମୀନଇ, ହିନ୍ଦୋଳର ସାତମାଇଲ, କାମାକ୍ଷା ନଗର, କଙ୍କଡା ହାଡ, ଭୁବନ, ଗନ୍ଦିଆ, ଭାପୁର, ଜୀରାଳ ପ୍ରଭୃତି ସ୍ଥାନ ମାନଙ୍କରେ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ସମସ୍ୟାର ସମାଧାନ ନ କରାଗଲେ ଏହି ଆନ୍ଦୋଳନକୁ ଜୋରଜାର କରିବା ପାଇଁ ନେତୃତ୍ୱମାନେ ଚେତାବନୀ ଦେଉଛନ୍ତି । ଜନସାଧାରଣ ପୂର୍ଣ୍ଣ ସମର୍ଥନ କରିଥିଲେ । ବହୁ ସଂଗଠନ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ପାଣି