ଢେଙ୍କାନାଳ ଜିଲ୍ଲାର ଆଶାକର୍ମୀମାନଙ୍କ ତରଫରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ଆଶାକର୍ମୀମାନେ ଏକ ରାଲିର ଆୟୋଜନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଶାକର୍ମୀମାନଙ୍କ ଦାବୀଗୁଡିକ ହେଲା – ଆଶାକର୍ମୀମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ ଓ ଶ୍ରମିକର ମାନ୍ୟତା ଦିଆଯାଉ, ଦିନକୁ ୬୦୦ ଟଙ୍କା ଲେଖାଏଁ ହିସାବରେ ମାସକୁ ୧୮୦୦୦ ଟଙ୍କା ଲେଖାଏଁ ଦିଆଯାଉ, ରିଟାର୍ଡ଼ ସମୟରେ ୨୦ହଜାର ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ, ରିଟାର୍ଡ ପରେ ପେନସନ ବ୍ୟବସ୍ଥା କରାଯାଉ, ଆଶାମାନଙ୍କର ସ୍ୱତନ୍ତ୍ର ଭାବେ ଇଏସଆଇ କାର୍ଡ ଯେଉଁଥିରେ କି ଟଉମର ଭଳି ବଡ ବଡ ଅପରେସନର ସୁବିଧା ନେଇପାରିବେ, ଆଶାମାନଙ୍କର ପ୍ରାପ୍ୟ ଗୋଟିଏ ତାରିଖରେ ଦିଅନ୍ତୁ, କେଉଁଥିପାଇଁ ବାକି ଟଙ୍କା ରହିଲା ତାହାର କାରଣ ଜଣାନ୍ତୁ, ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା ଏବଂ ଦୁର୍ଘଟଣା ଗ୍ରସ୍ତଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଉ, ଆଶା ଡେଲଭରି କରିବା ସମୟରେ ଗସ୍ତ ଖର୍ଚ୍ଚ ଦିଆଯାଉ କାରଣ ରୋଗୀଙ୍କ ପାଖକୁ ବାରମ୍ବାର ଯିବା ଆସିବା କରିବାକୁ ପଡିଥାଏ ବିଶେଷକରି ରେଫରେ କେଶରେ ଅଧିକ ମାତ୍ରାରେ ଗସ୍ତ ଖର୍ଚ୍ଚ ଦରକାର ପଡୁଅଛି, ଡେଲିଭରି ସମୟରେ ଗର୍ଭବତୀ ପାଖରେ ରହିବା ପାଇଁ ଅନୁମତି ଦିଆଯାଉ,ଆଶା ରାତି ଡିଉଟି କଲାବେଳେ ଉପାସଭୋକର ରହିବାକୁ ପଡୁଛି ସେଥିପାଇଁ ଗୋଟିଏ ମିଲର ଅଧିକ ପଇସା ଦିଅନ୍ତୁ, ସମସ୍ତ ଆଶାକର୍ମୀମାନଙ୍କୁ ମୋବାଇଲ ପ୍ରଦାନ କରାଯାଉ, ଆଶାକର୍ମୀମାନେ ଡେଲିଭରି ଧରି ମେଡିକାଲ ଆସିବା ବାଟରେ ବେଳେ ବେଳେ ଛୁଆ ଜନ୍ମ ହୋଇଯାଉଅଛି ସେଥିପାଇଁ ଆଶାକର୍ମୀମାନଙ୍କୁ ପ୍ରସବ ସମ୍ବଦ୍ଧିୟ ତାଲିମ ଦେବା ଉଚିତ, ଆକ୍ଟିଭ ଆଶାମାନଙ୍କୁ ଲିଡ଼ରସିପ ଦାୟିତ୍ୱ ଦେଲେ ସବ-ସେଣ୍ଟରୱାଇଜ ଅଧିକ କାମ ହୋଇପାରିବ, ଆଶାକର୍ମୀମାନଙ୍କ ଭିତରେ ଟ୍ରେନର ସୃଷ୍ଟି କରାନ୍ତୁ ।

ରିପୋର୍ଟ : ଶୁଭମ କୁମାର ପାଣି