ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳ ସିଭିଳକୋର୍ଟ ପରିସରରେ ମଧ୍ୟ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜିଲ୍ଲାର ବିଭିନ୍ନ ଅଦାଲତରେ ୧୮୨ଟି ମାମଲା ଫଏସଲା କରାଯାଇଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୩୦ଟି, ବିବାହ ଏବଂ ପରିବାରରିକ ମାମଲା ୮ଟି, ଦେୱାନୀ ମାମଲା ୧୨୮ଟି, ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୧୬ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଛି । ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରାପ୍ୟ ବାବଦକୁ ୯୫,୦୫,୦୦୦ ପ୍ରଦାନ କରାଯାଇଛି ଏବଂ ଅନ୍ୟାନ୍ୟ ମାମଲାଗୁଡିକରେ ଜରିମାନା ଓ ବ୍ୟାଙ୍କ ଋଣ ଫଏସଲା ବାବଦକୁ ୧୯,୬୬,୬୪୭ ଜିଲ୍ଲାର ବିଭିନ୍ନ ଅଦାଲତମାନଙ୍କ ଦ୍ୱାରା ଆଦାୟ କରାଯାଇଛି । ଢେଙ୍କାନାଳ ସିଭିଲ କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ବିରଂଚି କୁମାର ରଥ, ପାରିବାରିକ ଅଦାଲତର ବିଚାରପତି ଦିପ୍ତୀରଂଜନ କାନୁନଗୋ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀମତୀ ସୁଜାତା ପ୍ରିୟମ୍ବଦା ସ୍ୱାଇଁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ନାୟକ, ବିଭିନ୍ନ ଅଦାଲତ ଗୁଡିକୁ ପରିଚାଳନା କରିଥିଲେ . ଉକ୍ତ ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ(ଭିଜିଲାନ୍ସ), ପ୍ରତିମା ପଣ୍ଡା, ରେଜିଷ୍ଟ୍ରାର ସିଭିଲ କୋର୍ଟ ସଂଜିତ କୁମାର ବେହେରା ଏବଂ ଶ୍ରୀମତୀ ଗୀତାଞ୍ଜଳି ନନ୍ଦ, ବରିଷ୍ଠ ଦେୱାନୀ ବିଚାରପତି(ମହିଳା ଅଦାଲତ) ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ବିଚାରପତି ଅରୁଣ ପଟ୍ଟନାୟକ, ସରକାରୀ ଓକିଲ ପତିତପାବନ ମହାପାତ୍ର, ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତକୁ ପରିଚାଳନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର କମିଟିର ସଦସ୍ୟ/ସଦସ୍ୟା, ମେଡିଏଟର, ପି.ଏଲ.ଭି, ଜିଲ୍ଲା ଆଇନ ପ୍ରାଧିକରଣ ଓ ସିଭିଲ କୋର୍ଟର ସମସ୍ତ କର୍ମଚାରୀ ଉପରୋକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତର ସୁପରିଚାଳନାରେ ସହାୟତା କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି