
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ଭାଗୀରଥି ସାଗରରେ ଥିବା ମା ତାରିଣୀଙ୍କର ଆଜି ମଙ୍ଗଳବାର ଅମାବାସ୍ୟା ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଛି । ଆଜି ମନ୍ଦିର ଭୋଟ ୪ଟା ସମୟରେ ଖୋଲା ଯାଇଥିଲା ।ଏହାପରେ ୫ଟା ସମୟରେ ମଙ୍ଗଳ ଆଳତି କରାଯାଇଥିଲା । ମଙ୍ଗଳ ଆଳତି ପରେ ମହାସ୍ନାନ, ଚନ୍ଦନ, ସିନ୍ଦୁର, ଫୁଲହାର, ଦୀପ ଦେଇ ପୂଜା ଅର୍ଚ୍ଚନା କରାଯାଇଥିଲା । ମଧ୍ୟାହ୍ନ ୧୨ଟାରେ ଅନ୍ନ ଓ ପଣା ଭୋଗ କରାଯାଇଥିଲା । ଏହି ଅବସରରେ ମା’ଙ୍କର ଦର୍ଶନ ନିମନ୍ତେ ବହୁ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି