

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶକ୍ରମେ ପିଆରଆଇଏ, CP & MR Rehabilitationa Centre, Laulai, ଗଦିଆଁ, ଢେଙ୍କାନାଳ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ସାହୁ ଏହି ଦିବସର ମହତ୍ୱ ବିଷୟରେ ଉପସ୍ଥିତ ଥିବା ଅଭିଭାବକମାନଙ୍କ ସହିତ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ଶିବିରକୁ ପିଏଲଭି ଟଙ୍କଧର ବାରିକ ପରିଚାଳନା କରିଥିଲେ । ପରିଶେଷରେ ମାନସିକ ଅନଗ୍ରସର ପିଲାମାନଙ୍କୁ ଫଳ ଏବଂ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା ଏବଂ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଜୟ ସାମଲ, ଡ଼. ଦେଵିସ୍ମିତା ସାହୁ, ଏଏନଏମ ବିଦ୍ୟାବତୀ ସାହୁ, ଅନଗ୍ରସର ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିର ପରିଚାଳନା କରିବାରେ ପ୍ରୀତିସ୍ନିଗ୍ଧଧା ସେଠି, ଶୁଭାଶିଷ କାବି, ଶିଳ୍ପା ଦାସ, ବୈକୁଣ୍ଠନାଥ ପାତ୍ର, ରଂଜିତା ବିଶ୍ୱାଳ, ଏଲନ ପ୍ରଭା ସେନାପତି, ସ୍ନେହା ତରାଇ, ପ୍ରାଚି ପ୍ରିୟଙ୍କା ସ୍ୱାଇଁ, ରବୀନ୍ଦ୍ର କୁମାର ସାମଲ, ଶୁଚିସ୍ମିତା ରାଉତ ସହାୟତା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି