

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ସହର ସ୍ଥିତ ବଜରଙ୍ଗୀ କ୍ଲବ ଠାରେ ଢେଙ୍କାନାଳ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଙ୍ଘର କାର୍ଯ୍ୟକାରୀ ସଭାପତି ଵିଭୂକଲ୍ୟାଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା । ପ୍ରାରମ୍ଭରେ ହିନ୍ଦୋଳ ବ୍ଲକର କନିଷ୍ଠ ଶିକ୍ଷୟତ୍ରୀ ସ୍ୱର୍ଗତ ଜ୍ୟୋର୍ତିମାୟୀ ପ୍ରଧାନଙ୍କ ସ୍ମୃତିରେ ଶୋକସଭା କରାଯାଇଥିଲା । ଏହାପରେ ସଭ୍ୟ ବାପୁଜୀ ଖୁଣ୍ଟିଆଙ୍କ ନେତୃତ୍ୱରେ ସମସ୍ତେ ମିଶି ପ୍ରାର୍ଥନା କରିଥିଲେ । ସାଧାରଣ ସମ୍ପାଦକ ରାଜେଶ କୁମାର ସାହୁ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଵିଭୂକଲ୍ୟାଣ ସେନାପତି ଆଜି ବୈଠକରେ ସମସ୍ତ ସୂଚୀ ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସଂଘର ମୁଖ୍ୟ ସଂଯୋଜକ ଅମ୍ବୁଜ କୁମାର ପୃଷ୍ଟି ସମସ୍ତ ବ୍ଲକର ଅନନ୍ୟ ତଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସମସ୍ତ ବ୍ଲକର ପ୍ରତିନିଧିମାନେ ନିଜ ନିଜ ବ୍ଲକର କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । କଙ୍କଡ଼ାହାଡ଼ ବ୍ଲକର ନୂତନ କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ସଂଘ ତରଫରୁ ଅଭିନନ୍ଦନ କରାଯାଇଥିଲା । ଉକ୍ତ ସଭାରେ ପଜଙ୍ଘ ବ୍ଲକର ବ୍ରହ୍ମାନନ୍ଦ ବେହେରା, ଭୁବନ ବ୍ଳକର ସଭପତି ରାଜେଶ ସ୍ୱାଇଁ, କାମାକ୍ଷାନଗର ବ୍ଲକର ରାଜେଶ କୁମାର ସାହୁ, କଙ୍କଡ଼ାହାଡ଼ ବ୍ଲକର ଵିଭୂକଲ୍ୟାଣ ସେନାପତି, ସଦର ବ୍ଲକର ଅମ୍ବୁଜ କୁମାର ପୃଷ୍ଟି, ଗଁଦିଆ ବ୍ଲକର ଜିତେନ୍ଦ୍ର ସାହୁ, ହିନ୍ଦୋଳ ବ୍ଲକର ସରୋଜ କୁମାର ମହାଳିକ ଏବଂ ଓଡାପଡା ବ୍ଲକର ଚନ୍ଦନ କୁମାର ନାୟକ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ବିଶ୍ଵାମିତ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି