ଢେଙ୍କାନାଳ (ସମୃଦ୍ଧ ଓଡିଶା) ନବ ନିର୍ମାଣ କୃଷକ ସଂଘଠନର ରାଷ୍ଟ୍ରୀୟ ସଂଯୋଜକ ତଥା ରାଜ୍ୟ ମୁଖ୍ୟ ଅକ୍ଷୟ କୁମାର, ସଂଘଠନର ମୁଖ୍ୟ ଦାବୀ ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିରେ ଗତ ୨ ତାରିଖ ଠାରୁ ଭୁବନେଶ୍ୱର ରାଜଧାନୀ ଉପକଣ୍ଠରେ ଚଳାଇଥିବା ଅନଶନ ଓ ସମର୍ଥନ ଜଣାଇ ଢେଙ୍କାନାଳ ଜିଲ୍ଲା, ନବ ନିର୍ମାଣ କୃଷକ ସଂଘଟନର ଏକ ବିରାଟ ସମାବେଶ ଓ ଧାରଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାଜରାସ୍ତା କଡରେ ଜିଲ୍ଲା ସଂଯୋଜକ ବିପ୍ରବର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶକୁ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭରତ, ରାଜ୍ୟ ସଦସ୍ୟ ଶଶାଙ୍କ ଶେଖର ରଥ ମହାତ୍ମାଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ଉମାକାନ୍ତ ଭରତ ଶଶାଙ୍କ ଶେଖର ରଥ, ଉପଦେଷ୍ଠା ଗୋଲକ ବିହାରୀ ମହାନ୍ତି, ଜିଲ୍ଲା ସଂପାଦକ ସୁରେନ୍ଦ୍ର କୁମାର ସାହୁ, ହିନ୍ଦୋଳ ବ୍ଲକ ସଂଯୋଜକ କ୍ଷେତ୍ର ବାସୀ ବିଶ୍ୱାଳ ଓ ଡପଡା ସଂଯୋଜକ ସୁଧାକର ପରିଡା, କଙ୍କଡାହାଡ଼ ବ୍ଲକ ଉପଦେଷ୍ଠା ତ୍ରିନାଥ ପଣ୍ଡା, କାମାକ୍ଷା ନଗର ସମ୍ପାଦକ ନରୋତ୍ତମ ସାହୁ, ସୁଶାନ୍ତ ଲେଙ୍କା, ବାବୁଗୁରୁ ଏବଂ କାର୍ତ୍ତିକେଶ୍ୱର ସାହୁ, ଗଣେଶ୍ୱର ଲେଙ୍କା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କେନ୍ଦ୍ର ସରକାର ପ୍ରାଇସ ବାବଦରେ ଟାଳ ଟୁଳ ନେତୀ ଏବଂ ରାଜ୍ୟ ସରକାର ପେନସନ ଓ ପ୍ରେଷ୍ଟିଜ ବାବଦରେ ଠକାମି କରୁଥିବାରୁ ଆଦ୍ୟ ସଭାରେ ପ୍ରତ୍ୟେକ ବ୍ଳକରୁ ଶହ ଶହ ଚାଷୀ ଧାରଣାରେ ଯୋଗ ଦେଇଥିଲେ । ପ୍ରତ୍ୟେକ ବ୍ଲକ ସମ୍ମୁଖରେ ଚାଷୀମାନେ ଧାରଣା ଦେବେ । ଏଣୁ ପ୍ରତ୍ୟେକ ପଞ୍ଚାୟତ ଏବଂ ଗ୍ରାମମାନଙ୍କରେ ଚାଷୀ ଜାଗରଣ ସଭା ଅନୁଷ୍ଠିତ ହେବ . ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାରେ ଏକ ବିରାଟ ବିପ୍ଳବ ସୃଷ୍ଟି ହେବ ।
ରିପୋର୍ଟ : ଶୁଭମ କୁମାର ପାଣି