ଢେଙ୍କାନାଳ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ବୈଠକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ସଂଯୋଜକ କପ୍ରକର ସାହୁଙ୍କ ସଭା ପତିତ୍ୱରେ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ରଥ ଏବଂ ଯୁବ ନେତୃତ୍ୱ ଅଶ୍ୱିନୀ କୁମାର ଯୋଗ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା । କାଳିଆ ଯୋଜନା ଏକ ପ୍ରହସନରେ ପରିଣତ ହୋଇଛି । ଚାଷୀ ମାରଣନୀତି ଚାଷୀକୂଳକୁ ଦୂଷଣ କରିଛି । ଚାଷୀ ସୁରକ୍ଷା ଭର୍ତ୍ତା ୫୦୦୦ ଟଙ୍କା ମାସିକ ଦାବି ହେଉଥିଲା ବେଳେ ତାହା ନକରି ଧାନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦିଲ୍ଲୀ ଦୌଡୁଛନ୍ତି । ଛତିଶଗଡ଼ ସରକାର ଧାନ କୁଇଣ୍ଟାଲ ୨୫୦୦ ଟଙ୍କା କଲା ବେଳେ ଓଡିଶା ସରକାର ନକରି କେନ୍ଦ୍ରକୁ ଦାୟିତ୍ୱ ଲଦିବାର କାରଣ କଣ ? ହାତୀ ଉପଦ୍ରବ ପର୍ଜଙ୍ଗ ବ୍ଲକ, ସଦର ବ୍ଲକ, ଗଣ୍ଡିଆ ବ୍ଲକ, କାମାକ୍ଷାନଗର, କଙ୍କଡା ହାଡ ଅତିଷ୍ଠ ହୋଇଛନ୍ତି । ତେଣୁ ଏ ସମସ୍ତ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଚଳିତ ମାସ ୧୫ ତାରିଖରେ ଢେଙ୍କାନାଳରେ ବିରାଟ ରାଲି ଓ ସମାବେଶ କରାଯିବ ବୋଲି କୁହାଯାଇଛି ।

ରିପୋର୍ଟ : ଶୁଭମ କୁମାର ପାଣି