ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ପାଚିକା ସଂଘର ଏଆଇଟିସିସର ସହ ବନ୍ଧିତର ବୈଠକ ଜିଲ୍ଲା ସଂଘର ସଭାପତି ରବି ରଥଙ୍କ ଦ୍ୱାରା ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଉପସଭାପତି ସୁବାଷ ମହାପାତ୍ର, ଜିଲ୍ଲା ଉପଦେଷ୍ଠା ଯମେଶ୍ୱର ପୃଷ୍ଟି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ବୈଠକରେ ବର୍ତ୍ତମାନ ପାଳକା ସଂଘର ବିଭିନ୍ନ ଦାବୀ କରାଯାଇଥିଲା । ସେହି ଦାବୀ ଗୁଡିକ ହେଲା ବାରମାସର ଦରମା ପ୍ରଦାନ, ଛଟେଇ ପାଦକ ମାନଙ୍କୁ ପୁନଃ ନିଯୁକ୍ତି, ସେମାନଙ୍କର ଦରମା ମାସିକ ଅଠର ହଜାର ଟଙ୍କା କରିବା, ସେମାନଙ୍କ ଚାକିରୀ ସ୍ଥାୟୀ, ସାମାଜିକ ସୁରକ୍ଷା ପ୍ରଭୃତି ୧୨ ଦଫା ଦାବି ଉପସ୍ଥାପିତ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ସମ୍ପାଦିକା ରଶ୍ମିତା ଦେହୁରୀ, ଗୀତାଞ୍ଜଳି ବେହେରୁ, ପ୍ରତିମା ବେହେରା, ସୁଜାତା ବେହେରା, ଶକୁନ୍ତଳା ପରିଡା, କାଞ୍ଚନ ବେହେରା, ମାଳତୀ ବାରିକ, ପ୍ରତିମା ଭୋଳ, ସାବିତ୍ରୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି